ବଲାଙ୍ଗୀର : ବଲାଙ୍ଗୀର ଭୀବଭୋଇ ମେଡଇକାଲ କଲେଜ ଡାକ୍ତରଙ୍କୁ ମାଡ ମାରିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗୀର ପୋଲିସ । ଏହି ଘଟଣାକୁ ନେଇ ତୀବ୍ର ହୋଇଥିଲା ଆନ୍ଦୋଳନ । ହାଉସ ସର୍ଜନ ଡାକ୍ତରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ଜୋରଦାର ହୋଇଛି । ଛାତ୍ରଛାତ୍ରୀମାନେ ମୁଣ୍ଡରେ ବ୍ୟାଣ୍ଡେଜ ବାନ୍ଧି ପ୍ରତିବାଦ କରୁଛନ୍ତି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସ୍ପି ପହଂଚି ବୁଝାସୁଝା କରିଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ନିଜ ଜିଦରେ ଅଟଳ ରହିଛନ୍ତି । ଓପିଡିକୁ ବନ୍ଦ କରାଯାଇଥିବା ବେଳେ କେବଳ କାଜୁଆଲିଟିରେ ରୋଗୀ ଦେଖୁଛନ୍ତି ଡାକ୍ତର ।