ସିରିଆରେ ISIS ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ

ନୂଆଦିଲ୍ଲୀ: ସିରିଆରେ ଉପରେ ଆମେରିକାର ଭୟଙ୍କର ଆକ୍ରମଣ। ‘ଅପରେସନ ହକ ଆଇ ଷ୍ଟ୍ରାଇକ’ ଜରିଆରେ ସିରିଆର ଆଇଏସଆଇଏସ ଆଡ୍ଡା ଉପରେ ବୋମା ବର୍ଷଣ କରିଛି ଆମେରିକା। ଫଳରେ ଧ୍ବଂସ ହୋଇଛି ୭୦ରୁ ଅଧିକ ଆଇଏସଆଇଏସ ଆଡ୍ଡା। ଆମେରିକୀୟ କନଭୟ ଉପରେ ହୋଇଥିବା ଏସଆଇଏସ ଆତଙ୍କବାଦୀ ଆକ୍ରମଣର ବଦଲା ନେଇଛି ଟ୍ରମ୍ପ ବାହିନୀ। ଏପରିକି ସିରିଆକୁ ସମୂଳେ ନାଶ କରିଦେବାକୁ ଦେଇଛି ଧମକ।

ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକା ତରଫରୁ ଏଫ -୧୫ ଇଗଲ୍, ଏ-୧୦ଯୁଦ୍ଧ ବିମାନ, ଆପାଚି ହେଲିକପ୍ଟର ଓ ହିମାର୍ସ ରକେଟ୍ ସିଷ୍ଟମ୍ ଦ୍ବାରା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରାଯାଇଥିଲା। ପାଲମାଇରା, ରାକ୍କା ଓ ଦେର ଏଜ-ଜୋର ନିକଟରେ ଥିବା ଆତଙ୍କୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ଭଣ୍ଡାର ଓ ତାଲିମ ସେଣ୍ଟର ଉପରେ ଭୀଷଣ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଆଇଏସଆଇଏସର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ଆତଙ୍କବାଦୀ ଓ ଟପ୍ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି। ‘ଅପରେସନ ହକ ଆଇ ଷ୍ଟ୍ରାଇକ’ ଜରିଆରେ ସିରିଆର ଆଇଏସଆଇଏସ ୭୦ରୁ ଉର୍ଧ ଆଡ୍ଡାକୁ ସମୂଳେ ନଷ୍ଟ କରିଦେଇଥିଲା।