ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଚୈାଦାର- ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ ।କଟକ ଚୌଦ୍ୱାର ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଅଘଟଣ । ମଧ୍ୟରାତ୍ରିରେ କୌଣସି କାରଣରୁ ମଙ୍ଗୁଳି ଛକ ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ରାସ୍ତାରେ ହୁହୁ ହୋଇ ଜଳିଥିଲା ଟ୍ରକ୍ ।
ତେବେ ପାଟ୍ରୋଲିଂରେ ଥିବା ଟାଙ୍ଗୀ ପୋଲିସ ଏସପିଓ ରମାକାନ୍ତ ନାୟକ ଏହି ନିଆଁକୁ ଦେଖି ସଙ୍ଗେ ସଙ୍ଗେ ଚୌଦ୍ଵାର ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ । ଚୌଦ୍ୱାର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟକ୍ରମେ ଅଳ୍ପକେ ମୃତ୍ୟୁମୁଖରୁ ଡ୍ରାଇଭର ଦିନେଶ ବର୍ତ୍ତିଯାଇଥିଲେ ।ଟାଙ୍ଗୀ ପୋଲିସର ଏଭଳି କାର୍ୟ୍ୟ ପାଇଁ ଆଜି ବଞ୍ଚି ଯାଇଛି ଏକ ଅମୂଲ୍ୟ ଜୀବନ । ଅଞ୍ଚଳରେ ଟାଙ୍ଗୀ ପୋଲିସର ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରଶଂସା ହେଉଛି । ଏହି ଅଗ୍ନିକାଣ୍ଡରେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ ପୋଡ଼ି ଯାଇଥିବା ବେଳେ କାହାର କିଛି କ୍ଷତି ଘଟିନାହିଁ ।