କଣ୍ଠଶିଳ୍ପୀ ବୃନ୍ଦାବନଙ୍କୁ ଶ୍ରଦ୍ଧାଞ୍ଜଳି

ସୋନପୁର: ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଯାଇଛି ସୁବର୍ଣ୍ଣପୁରର କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳି । ଅନୁଷ୍ଠାନର ସଭାପତି ଗଦାଧର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡକ୍ଟର ଦେବାଶିଷ ପାଣ୍ଡିଆ , ଅଭିନେତା ପ୍ରଦ୍ୟୁମ୍ନ କୁମାର ସାହୁ, ବନମାଳି ପଣ୍ଡା, ଗାଳ୍ପିକ କ୍ଷୀରୋଦ ବିହାରୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତଃ ବୃନ୍ଦାବନ ନାୟକଙ୍କ ଅଭୁଲା ଗୀତ ସହିତ କରିଥିଲେ ସ୍ମୃତିଚାରଣ । ସଭାରେ ସଧାରଣ ସମ୍ପାଦକ ଡକ୍ଟର ସୌରଭ ରଞ୍ଜନ ଖମାରୀ ଓ ଉପସଭାପତି ଡକ୍ଟର ପୁରୁଷୋତ୍ତମ ମିଶ୍ର ସଂଯୋଜନା କରିଥିବା ବେଳେ ଏବଂ ସହ ସମ୍ପାଦକ ଦେବାଶିଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।