ଲାଞ୍ଜିଗଡ:- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଆଦିବାସୀ ମାନେ ଜଙ୍ଗଲ କାଟି ପୋଡୁଚାଷ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହେବା ବଦଳରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ହେବା ସହ ବନ୍ୟପ୍ରାଣୀ ଖାଦ୍ୟ ଅନେଶ୍ୱଣରେ ଗାଁ ମୁହାଁ ହେଉଛନ୍ତି ଯାହାଫଳରେ ଅନେକ ଲୋକଙ୍କ ଧନ ଜୀବନ ମଧ୍ୟ୍ୟ ନଷ୍ଟ ହେଉଛି । ତେବେ ଅଞ୍ଚଳରେ ଅଧିକରୁ ଅଧିକ ଗଛ ଲଗାଇ ସବୁଜିମା ବୃଦ୍ଧି କରିବା ସହ ଲୋକଙ୍କ ମଧ୍ୟରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସିଆରପିଏଫ ୦୪ ବାଟାଲିୟନ ଓ ପୋଲିସ ବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ବାଟାଲିୟନ କମାଣ୍ଡେଣ୍ଟ ଫିରୋଜ କୁଜୁରଙ୍କ ନିର୍ଦ୍ଦେଶ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ସ୍ଥିତ ସିଆରପିଏଫ କ୍ୟାମ୍ପ ପରିସରରେ କମ୍ପାନୀ କମାଣ୍ଡର ଟି.ରାଧାକ୍ରିଷ୍ଣାଙ୍କ ନେତୃତ୍ବରେ ପୋଲିସ ବାହିନୀ ଓ ଅଧିକାରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାରର ୨୫୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଜେପୁର ବନପାଳ ପଦ୍ମଲୋଚନ ଶବର, ବାଟାଲିୟନ ପୋଲିସ ବାହିନୀର ସେକେଣ୍ଡ କମାଣ୍ଡର ପି.ଆପା ରାଓ, ବିଜେପୁର ହାଇସ୍କୁଲ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଯବାନ ମାନେ ଅଂଶଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ ।