ମାଲକାନଗିରି : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମାଲକାନଗିରି ଠାରେ B.S.F ଓ ବନବିଭାଗ ମାଲକାନଗିରିଙ୍କ ମିଳିତ ଉଦ୍ୟମରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୀମା ସୁରକ୍ଷା ବଳ ମାଲକାନଗିରିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରଦ୍ଧାକର ପାଢୀ , ମୁଖ୍ୟବକ୍ତା ରୂପେ ବନ ବିଭାଗ ମାଲକାନଗିରିର ରେଞ୍ଜ ଅଧିକାରୀ ଜଗନ୍ନାଥପ୍ରସାଦ ବିଶୋୟୀ , ସମ୍ମାନୀତ ଅତିଥିଭାବେ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ଅଧ୍ୟାପକ ତଥା ସମ୍ବାଦ ସାହିତ୍ୟ ଘରର ଉପଦେଷ୍ଟା ଡଃ ରଞ୍ଜନ କୁମାର ସ୍ଵାଇଁ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ବୃନ୍ଦଙ୍କୁ ଘୋଷବାଦକମାନଙ୍କଦ୍ୱାରା ଅଭ୍ଯର୍ଥନା କରାଯାଇ ପାରମ୍ପରିକ ରୀତିରେ ବିଦ୍ୟାଳୟର ଗୁରୁମା ଓ ଛାତ୍ରୀମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଓ ମଥାରେ ଚନ୍ଦନ ପ୍ରଦାନକରାଯାଇ ସ୍ଵାଗତ କରାଯାଇଥିଲା। ସଭା ମଣ୍ଡପରେ ଅତିଥିମାନଙ୍କଦ୍ୱାରା ଦୀପପ୍ରଜ୍ବଳନ ଓ ବନ୍ଦନା ପରେ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରବୀନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ସ୍ଵାଗତ ଅଭିନନ୍ଦନ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସମ୍ପାଦକ ରମେଶ ଚନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚାସୀନ ଅତିଥିମାନେ ବୃକ୍ଷରୋପଣର ଆବଶ୍ୟକତ। ଏହାର ସୁରକ୍ଷା ଜନସମାଜକୁ ବୃକ୍ଷର ଅବଦାନ ଓ ପରିବେଶ ସନ୍ତୁଳନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥିଙ୍କ ଦ୍ଵାରା ବିଦ୍ୟାଳୟର ନୂତନ କମ୍ପ୍ୟୁଟର ପ୍ରକୋଷ୍ଠ ଓ ଦୁଇଟି ଆକ୍ବା ଗାର୍ଡ଼ ଉଦ୍ଘାଟନ କରାଯାଇଥିଲା । ପରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମା ପରିଚାଳନା କମିଟି, ଅଭିଭାବକ , ସାମ୍ବାଦିକ, ନିମନ୍ତ୍ରିତ ଅତିଥି , ସୀମା ସୁରକ୍ଷାବଳ ଯବାନଙ୍କ ଦ୍ଵାରା ୨୭୫ଟି ଆମ୍ବ , ପଣସ ଅଂଳା, ଛତିଆନା, କଦମ୍ବ,ଚମ୍ପା,ପେସ୍ତା,ବଉଳ, ହରିଡା ଓ ବାହାଡ଼ା ପ୍ରଭୃତି ବୃକ୍ଷରୋପଣ କରାଯାଇଥିଲା।