ହୀରାକୁଦରେ ପାରାସେଲିଂର ମଜା ଉଠାଇବେ ପର୍ଯ୍ୟଟକ
ଓଡିଶାବାସୀ ଜାଣି ଖୁସି ହେବେ ଏବେ ପାରାସେଲିଂର ମଜା ନେବା ପାଇଁ ଗୋଆ କିମ୍ବା ଥାଇଲାଣ୍ଡ ଯିବାକୁ ପଡିବ ନାହିଁ ।
(ହୀରାକୁଦ) : ଓଡିଶାବାସୀ ଜାଣି ଖୁସି ହେବେ ଏବେ ପାରାସେଲିଂର ମଜା ନେବା ପାଇଁ ଗୋଆ କିମ୍ବା ଥାଇଲାଣ୍ଡ ଯିବାକୁ ପଡିବ ନାହିଁ । ପର୍ଯ୍ୟଟକମାନେ ଏହାର ମଜା ନେଇପାରିବେ ଏବେ ଓଡ଼ିଶାରେ । ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ମଜା ଉଠାଇବା ସହ ହୀରାକୁଦ ଜଳଭଣ୍ଡାର ପରିସରରେ ଆରମ୍ଭ ହୋଇଥିବା ଜଳକ୍ରୀଡ଼ା ମଜା ନେଇପାରିବେ ।
ସୂଚନାନୌଯାୟୀ , ପାରାସେଲିଂ ପାଇଁ ସ୍ୱତନ୍ତ୍ର ବୋଟ୍ ଓ ପାରାଚୁଟ୍ ଆସି ପହଞ୍ଚିଥିବା ବେଳେ ବୁଧବାର ଏହାର ଟ୍ରାୟଲ୍ ରନ୍ କରାଯାଇଥିଲା । ଶୁକ୍ରବାରଠାରୁ ପର୍ଯ୍ୟଟକ ଏହି ପାରାସେଲିଂ ଉପଭୋଗ କରିପାରିବେ ବୋଲି ଠିକା ସଂସ୍ଥା ଓକିଲା ଆଡ୍ଭେଞ୍ଚର୍ସ ପକ୍ଷରୁ କୁହାଯାଇଛି । ପ୍ରତିଟି ଟ୍ରିପ୍ ୩-୫ ମିନିଟ୍ର ହୋଇଥିବା ବେଳେ ପର୍ଯ୍ୟଟକଙ୍କ ସୁରକ୍ଷାର ସମସ୍ତ ବନ୍ଦୋବସ୍ତ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି ।