ଟୋକିଓ : ଆଜି ଟୋକିଓ ଅଲିମ୍ପିକ୍ସର ପଞ୍ଚମ ଦିନ । ପ୍ରଥମ ଚାରି ଦିନରେ ଭାରତ ଏପର୍ୟ୍ୟନ୍ତ ଗୋଟିଏ ପଦକ ପାଇଛି । ପ୍ରଥମ ଦିନରେ ଭାରୋତ୍ତୋଳନରେ ମିରବାଇ ଚାନୁଙ୍କୁ ପଦକ ମିଳିଥିଲା । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଆଜି ଭାରତୀୟ ଦଳକୁ ମିଳିଛି ଆଉ ଏକ ସଫଳତା। ଦଳ ତା’ର ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ପେନ୍କୁ ୩-୦ରେ ହରାଇଛି ଦଳ। ଋପିନ୍ଦର ପାଲ ସିଂହ ଦୁଇଟି ଓ ସିମରନଜିତ୍ ସିଂହ ଗୋଟିଏ ଗୋଲ ଦେଇଥିଲେ । ସ୍ପେନକୁ ତିନିଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, ହେଲେ ଗୋଲ କରିପାରିନଥିଲେ । ଭାରତ ପକ୍ଷରୁ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା । ଦୁଇ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ଟୋକିଓ ଅଲିମ୍ପିକ୍ସରେ ଏହା ଭାରତର ଦ୍ୱତୀୟ ବିଜୟ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଥିଲା । ଏହା ପରେ ଦଳ ଜାପାନ ଓ ଆର୍ଜେଣ୍ଟିନା ସହିତ ଖେଳିବ ।