ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା : ଅଭିଯାନ ଆରମ୍ଭ କରିବେ ଦୀପିକା କୁମାରୀ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା । ପ୍ରଥମ ଦିବସରେ ଭାରତର ତୀରନ୍ଦାଜମାନେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିବେ । ମହିଳା ରିକର୍ଭ ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଛନ୍ତି ।

(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହେବାକୁ ଯାଉଛି ୩୨ତମ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା । ପ୍ରଥମ ଦିବସରେ ଭାରତର ତୀରନ୍ଦାଜମାନେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିବେ । ମହିଳା ରିକର୍ଭ ବର୍ଗରେ କେବଳ ଦୀପିକା କୁମାରୀ ଯୋଗ୍ୟତା ଅର୍ଜନ କରିଛନ୍ତି । ପିକା ଭାରତର ପ୍ରମୁଖ ପଦକ ଦାବିଦାର । ପୂର୍ବରୁ ଲଣ୍ଡନ ଓ ରିଓ ଅଲିମ୍ପିକ୍ସରେ ସେ ସଫଳ ହୋଇପାରି ନଥିଲେ । ବର୍ତ୍ତମାନ ସେ ମାନ୍ୟତା ତାଲିକାର ଶୀର୍ଷରେ ରହିଛନ୍ତି ।

ପୁରୁଷ ବର୍ଗରେ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ମଧ୍ୟ ଟୋକିଓ ଟିକେଟ୍‌ ହାସଲ କରିଛନ୍ତି । ସମସ୍ତ ଆଜି ଭାରତୀୟ ତୀରନ୍ଦାଜମାନେ ର‌୍ୟାଙ୍କିଙ୍ଗ୍‌ ରାଉଣ୍ଡ୍‌ରେ ଭାଗ ନେବେ। ର‌୍ୟାଙ୍କିଙ୍ଗ୍‌ ରାଉଣ୍ଡ୍‌ରେ ମୋଟ୍‌ ୬୪ଜଣ ତୀରନ୍ଦାଜ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ । ପଏଣ୍ଟ ଅନୁଯାୟୀ ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ସର୍ବନିମ୍ନ ପଏଣ୍ଟ ହାସଲ କରିଥିବା ପ୍ରତିଯୋଗୀ ୬୪ତମ ସ୍ଥାନରେ ରହିବେ । ର‌୍ୟାଙ୍କିଙ୍ଗ ରାଉଣ୍ଡ୍‌ ପରବର୍ତ୍ତୀ ପଦକ ଅଭିଯାନ ପାଇଁ ପଥ ପ୍ରସ୍ତୁତ କରିବ । ଉଦାହରଣ ସ୍ୱରୂପ ୧ନଂ ସ୍ଥାନରେ ରହିଥିବା ପ୍ରତିଦ୍ୱନ୍ଦ୍ୱୀ ପ୍ରଥମ ରାଉଣ୍ଡ୍‌ରେ ୬୪ତମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସାମ୍ନା କରିବେ । ସେହିପରି ୨ନଂ ପ୍ରତିଯୋଗୀ ୬୩ନଂ ପ୍ରତିଯୋଗୀଙ୍କୁ, ୩ନଂ ପ୍ରତିଯୋଗୀ ୬୨ନଂ ପ୍ରତିଯୋଗୀଙ୍କୁ ଭେଟିବେ । ୩୨ଜଣ ପ୍ରତିଯୋଗୀ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିବେ ।