ଭୁବନେଶ୍ଵର: ସାରା ବିଶ୍ୱରେ ବର୍ତ୍ତମାନ ଭୁ-ରାଜନୈତିକ ଅବସ୍ଥା ଗମ୍ଭୀର ସ୍ଥିତିରେ ରହିଛି । ବିଶ୍ୱରେ ବର୍ତ୍ତମାନ ବାଣିଜ୍ୟ ସ୍ଥିତି ଓ ଭୂ-ରାଜନୈତିକ ସମସ୍ୟା ଲାଗି ରହିଥିବା ବେଳେ ସୁନା ଓ ରୂପା ଦର ଆକାଶ ଛୁଆଁ ରହୁଛି । ସୁନା ଦର ଅହେତୁକ ଭାବେ ବଢୁଥିବା ବେଳେ ରୂପାରେ ମଧ୍ୟ ହାତ ମାରି ହେଉ ନାହିଁ । ବାଣିଜ୍ୟ ଓ ଭୂ-ରାଜନୈତିକ ଉତ୍ତେଜନା ଲାଗି ରହିଥିବାରୁ ବିଶ୍ୱ ସମୁଦାୟର ଏହି ସଙ୍କଟ ବେଳେ ସୁନା ହିଁ ଏକମାତ୍ର ନିବେଶ ଯାହାକୁ ସୁରକ୍ଷିତ ବୋଲି ଭାବୁଛନ୍ତି ନିବେଶକ । ତେଣୁ ସୁନା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ପ୍ରତିଦିନ ନିର୍ଦ୍ଧାରଣ କରାଯାଇଥାଏ ସୁନା ଓ ରୂପା ଦର । କେଉଁ ଦିନ ଦର କମିଥାଏ ତ ପୁଣି କେଉଁ ଦିନ ଦର ବଢିଥାଏ । ତେବେ ସୁନା କିଣିବାକୁ ଯାଉଥିଲେ ଥରେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୦୦, ୮୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୨ ହଜାର ୧୦୦ ଟଙ୍କା ଛୁଇଁଛି । ତେବେ ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୦୦, ୪୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୨ ହଜାର ୧୦୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୧,୦୦, ୪୮୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୯୨ ହଜାର ୧୦୦ ଟଙ୍କା ରହିଛି ।
ଅନ୍ୟପଟେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧, ୦୦,୬୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୯୨,୮୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୧,୦୦, ୮୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୯୨ ହଜାର ୧୦୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୦୦, ୮୪୦ ଓ ୯୨, ୧୦୦ ଟଙ୍କା ରହିଛି ।
ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୧୨ , ୦୦୦ ଟଙ୍କା ହୋଇଛି । ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ । ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।