ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ ହୁଏ ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମ ଦିନ। ଏହି ରୋହିଣୀ ନକ୍ଷତ୍ରର ଅଷ୍ଟମୀ ତିଥିରେ ଜନ୍ମ ହୋଇଥିଲେ ଭଗବାନ ଶ୍ରୀକୃଷ୍ଣ । ସେଥିପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀଠାରୁ ଆରମ୍ଭ କରି ଜଗନ୍ନାଥଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ଦେଶ ତଥା ବିଦେଶରେ ରହୁଥିବା କୋଟି କୋଟି କୃଷ୍ଣ ଭକ୍ତ ଆଜି କୃଷ୍ଣ ଜନ୍ମାଷ୍ଟମୀ ପାଳନ କରୁଛନ୍ତି । ଜନ୍ମାଷ୍ଟମୀରେ ଶ୍ରକୃଷ୍ଣଙ୍କର ବାଳ ସ୍ୱରୂପକୁ ପୂଜା କରାଯାଏ । ଏହି ଦିନ ଭକ୍ତମାନେ ଭାବରେ ଭାବରେ ହଜି ଯାଆନ୍ତି ଆଉ ଭଜନ କୀର୍ତ୍ତନ ମଧ୍ୟ ହୋଇଥାଏ ।

ରାତିରେ ଉଜାଗର ମଧ୍ୟ ପାଳନ କରାଯାଏ । ଉତ୍ତରପ୍ରଦେଶର ମଥୁରାରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହେଉଛି । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ମଧ୍ୟ ହେବ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂଶର ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ୱର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଗାଁଠୁ ସହର ସବୁଠି ଏହି ଦିନ ଉତ୍ସବମୂଖର ହୋଇଉଠେ ।

ଏଥିରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ କୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ବହୁତ ଆଡ଼ମ୍ବରରେ ପାଳନ କରାଯିବ । ଯେଉଁ ଲୋକ ମାନେ ଲଡୁ ଗୋପାଳକୁ ଘରେ ପୂଜା କରନ୍ତି ସେମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିିବାକୁ ଭଲ ପାଇଥାନ୍ତି । ଏଭଳି ପରିସ୍ଥିତିରେ ଜନ୍ମାଷ୍ଟମୀ ଅବସରରେ ବାଲ ଗୋପାଳଙ୍କୁ ସୁନ୍ଦର ସୁନ୍ଦର ପୋଷାକ ତିଆରି କରି ପିନ୍ଧାଇ ଥାନ୍ତି | କାଠି ମଳିରେ ଏକ ଫୁଲମାଳ ଏବଂ ପଗଡିମଧ୍ୟ ପିନ୍ଧାଇଥାନ୍ତି । କିନ୍ତୁ କେବଳ ବାଲ ଗୋପାଳଙ୍କ ପ୍ରସ୍ତୁତି କୃଷ୍ଣ ଜନମାଷ୍ଟମୀଙ୍କ ଉତ୍ସବକୁ ସମାପ୍ତ କରେ ନାହିଁ। ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣଙ୍କ ଜନ୍ମ ପୃଥିବୀ ପାଇଁ ଏକ କମ୍ ନୁହେଁ। ମନ୍ଦିର ଚାରିପାଖରେ ବେଲୁନ, ଫୁଲ ହାର ,ତୁଳସୀ ମାଳା ଆଦି ଲଗାଇ ପାରିବେ।

ଯେଉଁଠାରେ ଅନ୍ଧକାର ଅଛି, ଆପଣ ଏକ ମହମବତୀ କିମ୍ବା ଦୀପ ଜାଳି ପାରିବେ।ଭଗବାନ ଶ୍ରୀକୃଷ୍ଣଙ୍କର ବାଲ ମୂର୍ତ୍ତିକୁ ଭଲଭାବରେ କ୍ଷୀରରେ ଗାଧୋଇ ଦେଇ ସିନ୍ଦୁର , ଚନ୍ଦନ ଲଗାଇ ଦିଅନ୍ତୁ ।ଏହା ପରେ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧାଇ ଦିଅନ୍ତୁ । ଏବଂ ଭଗବାନଙ୍କୁ ମୁକୁଟ ପିନ୍ଧାଇ ସେଥିରେ ମୟୂର ଚୁଳ ଲଗାଇ ଦିଅନ୍ତୁ । କାରଣ ଭଗବାନଙ୍କ ମୟୁରଚୁଳ ବହୁତ ପସନ୍ଦ ହୋଇଥାଏ ।ଭଗବାନ ଶ୍ରୀକୃଷ୍ଣ ପିଲାବେଳରୁ ହିଁ ଗାଈ-ବାଛୁରୀଙ୍କୁ ଖୁବ ସ୍ନେହ ଆଦର କରିଥାନ୍ତି । ଏଥିସହିତ ଗାଈ କ୍ଷୀରରୁ ପ୍ରସ୍ତୁତ ଲବଣୀ ଖାଇବାକୁ ମଧ୍ୟ ବହୁତ ଭଲପାଇଥାନ୍ତି । ଏଥିପାଇଁ ତାଙ୍କୁ ଲବଣୀ ଚୋର ମଧ୍ୟ କୁହାଯାଇଥାଏ ।