କେମିତି କଟିବ ଆଜିର ଦିନ, ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ ନାହିଁ। କର୍ମକ୍ଷେତ୍ରରେ ଭୁଲ୍‌ବୁଝାମଣାରୁ ସହକର୍ମୀଙ୍କ ପ୍ରତ୍ୟେକ କଥା ଓ କାମକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଅନ୍ୟମାନଙ୍କର କାନକୁହା କଥା ଶୁଣି ଉପର ଅଧିକାରୀ ଖପ୍ପା ହୋଇପାରନ୍ତି। ଫଳରେ ବରିଷ୍ଠ ଅଧିକାରୀଙ୍କ ରୋଷର ଶୀକାର ହୋଇପାରନ୍ତି। କୌଣସି ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିବାହ-ଯୋଗ୍ୟା ସନ୍ତାନଙ୍କ ପ୍ରସ୍ତାବକୁ କେନ୍ଦ୍ରକରି ନିଜ ପତ୍ନୀଙ୍କ ସହ ମତାନ୍ତର ହୋଇପାରେ।

ବୃଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ଆର୍ଥିକ ସ୍ଥିତି ଭଲ ରହିବ। ପାରିବାରିକ ପରିସ୍ଥିତିରେ ଉନ୍ନତି ଯୋଗୁ ଆଶ୍ୱସ୍ତି ଲାଭ କରିବେ। ହେଲେ, କର୍ମକ୍ଷେତ୍ରରେ ପୂର୍ବ ବିବାଦୀୟ ପରିସ୍ଥିତିକୁ କେନ୍ଦ୍ର କରି କୌଣସି ଅଭିଯୋଗ ଆସିପାରେ। ବ୍ୟବସାୟରେ ଅଧିକ ଲାଭ ପାଇପାରନ୍ତି। ଅନ୍ତରଙ୍ଗ ବନ୍ଧୁଟିର ଅସୁବିଧା କଥା ଶୁଣି ଭାଙ୍ଗି ପଡିବେ। କୌଣସି ଧାର୍ମିକ କାର୍ଯ୍ୟରେ ସାମିଲ୍ ହେବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ।

ମିଥୁନ: ଆଜି କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ନିଜ କାମକୁ ପଛରେ ପକାଇ ବନ୍ଧୁ ଓ ପରିଜନମାନଙ୍କ କାର୍ଯ୍ୟରେ ସାମିଲ ହେବାକୁ ପଡ଼ିପାରେ। କୋର୍ଟ-କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ଟେନସନ୍ ବୃଦ୍ଧି ପାଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରେମୀମାନଙ୍କ ଲାଗି ଦିନଟି ଶୁଭ ରହିବ।

କର୍କଟ: ଆଜି କଳା, ସାହିତ୍ୟ, ସଂସ୍କୃତି ଓ ରଚନାତ୍ମକ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କୌଣିସି ସଭା-ସମିତିରେ ସମ୍ମାନୀତ ହେବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହେବେ ହେଲେ,ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ଭୁରି ଭୁରି  ପ୍ରଶଂସା କରିବେ। ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବେ।

ସି˚ହ: ଆଜିର ଦିନଟି ବ୍ୟବସାୟୀଙ୍କ ଲାଗି ଅନୁକୂଳ ରହିବ। ଦୂରଯାତ୍ରାରୁ ଶୁଭଫଳ ପାଇବା। ସହକର୍ମୀଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।  ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବ-ପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କୁ ଆଜି କୌଣସି କଲେଜରୁ ଆଡମିସନ୍ ପାଇଁ ସୂଚନା ମିଳିପାରେ। କୌଣସି କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଆଲୋଚନା ପରିସରରେ ସାଧାରଣ କଥା ଜଟିଳ ହୋଇପାରେ।

କନ୍ୟା: ଆଜି ସାହିତ୍ୟ,କଳା ଓ କାରିଗରି କାମରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ। ବ୍ୟବସାୟରେ ଅର୍ଥ ଓ ସମ୍ମାନ ଲାଭ କରିବେ। ନୂଆ ନିଯୁକ୍ତି ସୁଯୋଗ ପାଇବେ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଠିକ୍ ନ ଥିବା କାରଣରୁ କର୍ମକ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ। ଦୂରଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ଦୁର୍ଘଟଣାର ଶିକାର ହୋଇପାରନ୍ତି।

ତୁଳା: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିର ସାମ୍ନା କରିପାରନ୍ତି। ସମ୍ପର୍କୀୟ ମାନଙ୍କ ସାହାର୍ଯ୍ୟ ସହଯୋଗ ଲାଭ କରି ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବେ। ଅର୍ଥକୁ ନେଇ ପରିବାରରେ ଅଶାନ୍ତି ଦେଖାଦେଇପାରେ।
କୌଣସି କାରଣ ନ ଥାଇ ବି କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ କୋପର ଶୀକାର ହୋଇପାରନ୍ତି। ପରିବାର ଭିତରେ ପୁରୁଣା କଥାର ଆଲୋଚନା ହିଁ କଳହର ମୁଖ୍ୟ କାରଣ ହୋଇପାରେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ସମସ୍ୟା ଦେଖାଦେଇପାରେ।

ବିଛା: ଆଜି କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତିଲାଭ କରିବେ। ବ୍ୟବସାୟୀ ମାନଙ୍କ କାରବାର ଭଲ ହେବ। ପରିବାରର ମତାମତ ନ ନେଇ କୌଣସି କାମ କଲେ ଅସୁବିଧା ଭୋଗିପାରନ୍ତି। ଆଜି ଦୂର ଯାତ୍ରା କରିବା ସହ ସୁ-ସ୍ବାଦୁ ଭୋଜନ ନିଜ ବନ୍ଧୁମାନଙ୍କ ସହ କରିବେ।  ପିଲାଙ୍କ ସମସ୍ୟା ଭିତରେ ନିଜେ ବାନ୍ଧି ହୋଇ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଆଜି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ ପାଇପାରନ୍ତି।

ଧନୁ: ଆଜିର ଦିନଟି ପ୍ରତ୍ୟକ ଦୃଷ୍ଟିକୋଣରୁ ଠିକ୍-ଠାକ୍ ରହିବ ରହିବ। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଆଶ୍ୱସ୍ତି ବାକ୍ୟ ଶୁଣି ମନ ହାଲୁକା ହୋଇଯିବ।ହେଲେ କାମରଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି କରିବେ। ନିଜେ ଅସୁବିଧାରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟଥିତ ହେବେ। ପାରିବାରିକ ସୁ-ସମ୍ପର୍କ ପ୍ରତିଷ୍ଠା ହେବ।

ମକର: ଆଜି କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କମିଯିବ। କୌଣସି ସ୍ଥାନରୁ ଖୁସି ଖବର ପାଇପାରନ୍ତି। ପାରିବାରିକ ବନ୍ଧୁମିଳନରୁ ସାମୟିକ ଭାବରେ ଦୁଃଖ କେତେକାଂଶରେ ଭୁଲିଯାଇପାରନ୍ତି। ବ୍ୟବସାୟୀମାନେ ଲାଭବାନ୍ ହେବେ। ଆର୍ଥିକ ଦୁର-ବସ୍ଥାକୁ ସୁଧାରିବାକୁ ଯାଇ ବ୍ୟାଙ୍କ ଲୋନ୍‌ କରିବାକୁ ମନସ୍ଥ କରିପାରନ୍ତି। ନିକଟତର ବନ୍ଧୁଟି ଦ୍ୱାରା କାମ ହାସଲ ସହଜ ହୋଇପାରିବ।

କୁମ୍ଭ: ଆଜିର ବ୍ୟବସାୟିକ ସ୍ଥିତି ଆପଣଙ୍କର ସନ୍ତୋଷଜନକ ରହିବା ଯୋଗୁ ଦିନସାରା ଖୁସି ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପାଇ କାମ ଆଗକୁ ବଢ଼ାଇବାରେ ସମର୍ଥ ହେବେ। କ୍ରୀଡ଼ା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ  କୌଣସି ସଭାସମିତିରେ ପ୍ରଶଂସିତ ହେବେ।  ଆପଣଙ୍କ କଥାକୁ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରି ଆପଣଙ୍କ ବିଷୟରେ ଖରାପ୍ ଚିନ୍ତା କରିପାରନ୍ତି।

ମୀନ: ଆଜି ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ପାଇଁ ଏକ ପ୍ରକାର ଭଲ ହେବ। ଦୀର୍ଘ ମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ।  ଧାର୍ମିକ ଅନୁଷ୍ଠାନରେ ଯୋଗଦେଇ ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି।ଅନ୍ୟମାନଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ସେମାନେ ଆପଣଙ୍କୁ ଭୁଲ୍‌ ବୁଝିବେ।