ଓଡ଼ିଶାରେ ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲେଣି ବାଘ

ଭୁବନେଶ୍ୱର:- ହାତୀ ପରେ ଏବେ ଓଡ଼ିଶାରେ ବାଘ ଅସୁରକ୍ଷିତ । ଓଡ଼ିଶାରେ ଧିରେ ଧିରେ ଅସୁରକ୍ଷିତ ହୋଇ ପଡ଼ିଲେଣି ବାଘ । ହାତୀ ପରେ ବାଘଙ୍କ ମୃତ୍ୟୁ ଖବର ଏବେ ସାମ୍ନାକୁ ଆସିଛି । ଗଲା ୩ ବର୍ଷରେ ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । ସଂସଦରେ କେନ୍ଦ୍ର ରାଷ୍ଟ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କ୍ରିତୀ ବର୍ଦ୍ଧନ ସିଂ ଗଲା ତିନି ବର୍ଷର ତଥ୍ୟ ଉପସ୍ଥାପନ କରି ଏହି ତଥ୍ୟ ଦେଇଛନ୍ତି ।

ଏହି ତଥ୍ୟରେ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି, ଓଡ଼ିଶାରେ ଗୋଟିଏ ବାଘର ମୃତ୍ୟୁ ଘଟିଛି । କିନ୍ତୁ କାରଣ ଜଣାପଡିନାହିଁ, କେମିତି ବାଘଟିର ମୃତ୍ୟୁ ହୋଇଛି । ନିକଟ ଅତୀତରେ ରାଜ୍ୟର ବିଭିନ୍ନ ବନଖଣ୍ଡ ଅଞ୍ଚଳରେ ବାଘଙ୍କୁ ଶିକାର କରାଯାଉଥିବାର ଖବର ସାମ୍ନାକୁ ଆସିଛି । କିଛି ଶିକାରୀଙ୍କୁ ମଧ୍ୟ ଆଇନର କାଠଗଡାକୁ ଟଣାଯାଇଛି । ସେପଟେ ତିନି ବର୍ଷରେ ରାଜ୍ୟରେ ୧୦୦ ହାତୀଙ୍କ ହୋଇଛି ଅସ୍ୱାଭାବିକ ମୃତ୍ୟୁ । ରାଜ୍ୟସଭାରେ ଉତ୍ତର ଆସିବା ପରେ ହାତୀ ସୁରକ୍ଷା ନେଇ ବଢିଲା ଚିନ୍ତା ୨୦୨୨-୨୩ରେ ୩୭ଟି ହାତୀଙ୍କ ଅସ୍ୱାଭାବି ମୃତ୍ୟୁ ହୋଇଥିବା ବେଳେ ୨୩-୨୪ରେ ୨୩ଟି ହାତୀଙ୍କ ମୃତ୍ୟୁ, ସେହିଭଳି ୨୪-୨୫ରେ ୪୦ଟି ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ର ମନ୍ତ୍ରୀ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ କହିଥିଲେ ହାତୀଙ୍କ ସୁରକ୍ଷା ପାଇଁ ସରକାର ଆଣିବେ ସ୍ୱତନ୍ତ୍ର ନୀତି, ହାତୀଙ୍କ ପାଇଁ ସରକାର ନେବେ ପଦକ୍ଷେପ ।