ବାଘ ଶିକାରୀ ଗିରଫ, ଚମଡା ଜବତ

(ବିରୁପାକ୍ଷ ପ୍ରଧାନ) : ଆଠଗଡ ବନଖଣ୍ଡ ଅନ୍ତର୍ଗତ ନରସିଂପୁର ପୂର୍ବ ରେଞ୍ଜର ପାତ୍ରଭାଗ ଗ୍ରାମରୁ ଆଠଗଡ ଡି଼ଏଫଓ ଓ ବନ ବିଭାଗର କର୍ମଚାରୀ ମାନେ ଜଣେ ବାଘ ସିକାରୀକୁ ଗିରଫ କରିଥିବା ବେଳେ ତା ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ଶିକାରୀ ଜଣକ ହେଲେ ନରସିଂପୁର ପାତ୍ର ଭାଗ ଗ୍ରାମର ଇଛା ନନ୍ଦ ଜାନୀ, ଆଜି ଆଠଗଡ ଡି଼ଏଫଓ ଏହି ଶିକାରୀ କୁ ଆଠଗଡ ଡିଭିଜନ ଅଫିସ କୁ ଆଣି ତଦନ୍ତ କରିବା ପରେ ସେ ଗତ ଏକ ବର୍ଷ ତଳେ ଏହି କଲରା ପାତରିଆ ବାଘକୁ ଶିକାର କରିଥିବାର ପ୍ରକାଶ କରିଛି । ଏହି ଶିକାରୀ ସହିତ ଆହୁରି ଅନେକ ଶିକାରୀ ଥିବାର ସେ ପ୍ରକାଶ କରିଛି । ଏହି କଲରା ପତ ରିଆ ବାଘକୁ ସେ ସାତ କୋଶିଆ ନରସିଂପୁର ଜଙ୍ଗଲରୁ ଶିକାର କରିଥିବା ପ୍ରକାଶ କରିଛି ।