ହଲିଉଡରେ ଟାଇଗର …..

(ମମତା ସାମଲ): ଖୁବ୍ ଶୀଘ୍ର ହଲିଉଡ୍ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅଭିନେତା ଟାଇଗର ଶ୍ରଫ । ଟାଇଗରଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ। ‘ବାଗୀ-୨’ର ସଫଳତା ପରେ ଏପର୍ୟ୍ୟନ୍ତ ସେ କୌଣସି ଫିଲ୍ମରେ କାମ ଆରମ୍ଭ କରିନାହାନ୍ତି। ତେବେ ଅନୁମାନ କରାଯାଉଛି ଯେ ସେ ହଲିଉଡ଼୍ ପ୍ରଯୋଜକଙ୍କ ସହ କୌଣସି ହଲିଉଡ଼୍ ପ୍ରୋଜେକ୍ଟକୁ ନେଇ ହିଁ ଦେଖା କରିଛନ୍ତି। ଏହାସହ ଖବର ମିଳିଛି ଯେ ଟାଇଗର ଖୁବଶୀଘ୍ର କରଣ ଜୋହରଙ୍କ ଫିଲ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ର ଦ୍ୱିତୀୟ ଭାଗରେ ମଧ୍ୟ ନଜର ଆସିବେ।