ପ୍ରାଣ ହରାଇଲେ ୩ ନକ୍ସଲ

ବିଜାପୁର : ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଗୁଳିବିନିମୟ ଘଟି ପ୍ରାଣ ହରାଇଛନ୍ତି ୩ ଜଣ ନକ୍ସଲ । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତବର୍ତ୍ତୀ ବିଜାପୁରରେ ଏହି ଗୁଳିବିନିମୟ ହୋଇଥିଲା । ଏଥିରେ ନକ୍ସଲ ମାନଙ୍କର ଅତ୍ୟଧିକ କ୍ଷତି ଘଟିଛି ।
ଘଟଣାସ୍ଥଳରୁ ପୁଲିସ ‘ଏସ୍ଏଲ୍ଆର୍’ ଏବଂ ‘ଏକେ-୪୭’ ରାଇଫଲ୍ ଉଦ୍ଧାର କରିଛି। ଏହି ଗୁଳିବିନିମୟ ଘଟଣାରେ ନକ୍ସଲମାନେ ଖୁବ୍ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି।
ତେଲେଙ୍ଗାନାର ମୁଲଗୁ ଜିଲ୍ଲା ଏବଂ ବିଜାପୁରର ସୀମାନ୍ତରେ ଉପରୋକ୍ତ ଏନ୍କାଉଣ୍ଟର୍ ସଙ୍ଗଠିତ ହୋଇଥିଲା। ଏଥିରେ ସୁରକ୍ଷାବଳ ୩ଜଣ ନକ୍ସଲବାଦୀଙ୍କୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ୩ଜଣ ନକ୍ସଲବାଦୀଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଛି।
ଏନ୍କାଉଣ୍ଟର୍ରେ ଅଂଶ ଗ୍ରହଣ କରିଥିବା ସମସ୍ତ ଯବାନ ନିରାପଦ ଥିବା ବେଳେ । ଘଟଣାସ୍ଥଳରୁ ଯବାନମାନେ ଫେରିବା ପରେ ସବିଶେଷ ବିବରଣୀ ମିଳିବ ବୋଲି ଆଇ.ଜି. କହିଛନ୍ତି।