ଏଥର ଅଣ୍ଡାରେ ଲାଗିବ Expiry ଡେଟ୍

ଏଥର ଅଣ୍ଡାରେ ଆସିବ ଏକ୍ସପ୍ୟାରୀ ଡେଟ୍ । ଏଣିକି ଆଉ ଗ୍ରାହକଙ୍କୁ ଖରାପ ଅଣ୍ଡା ବିକ୍ରି କରିପାରିବେନି ଦୋକାନୀ । ଏଥର ଗ୍ରାହକ ତାରିଖ ଦେଖି କିଣିପାରିବେ ଅଣ୍ଡା। ଏବେ ଏହି ନିୟମ ଏପ୍ରିଲ ୧ରୁ ଲାଗୁ ହେବ। ଉତ୍ତର ପ୍ରଦେଶରେ ଏହି ନିୟମ ଲାଗୁ ହୋଇଛି। ଖାଉଟିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ପଦକ୍ଷେପ ନେଇଛନ୍ତି। ଏଣିକି ୟୁପିରେ ସବୁ ଅଣ୍ଡା ଉପରେ ଉତ୍ପାଦନ ତାରିଖ ଏବଂ ଏକ୍ସପାଏରୀ ଡେଟ୍ ଲାଗିବ। ୟୁପିର ଜଣେ ପଶୁ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ମଣିଷର ସ୍ଵାସ୍ଥ୍ୟ ସହ ଅଣ୍ଡା ସିଧାସଳଖ ଭାବେ ଜଡ଼ିତ। ଆଗରୁ ଦୋକାନୀମାନେ ପୁରୁଣା ଅଣ୍ଡା ଗୁଡ଼ିକୁ ତାଜା ଅଣ୍ଡା କହି ବିକି ଦେଉଥିଲେ। ଗ୍ରାହକମାନେ ମଧ୍ୟ ଅଣ୍ଡା କେତେ ପୁରୁଣା ଜାଣି ପାରୁନଥିଲେ।

 

ଏହି ନିୟମ ଲାଗୁ ହେବା ପରେ ଏବେ ଦୋକାନରେ ତାଜା ଅଣ୍ଡା ମିଳିବ। ସୂଚନାନୁଯାୟୀ, ପ୍ରାୟ ୩୦ ଡିଗ୍ରୀ ତାପମାତ୍ରାରେ ଅଣ୍ଡା କେବଳ ୨ ସପ୍ତାହ ଯାଏଁ ଭଲ ରୁହେ। ଥଣ୍ଡା ସ୍ଥାନରେ ରଖିଲେ ୫ ସପ୍ତାହ ଯାଏଁ ଅଣ୍ଡା ରହିପାରେ। ହେଲେ ଦୋକାନୀ ଏବଂ ବେପାରୀମାନେ କୋଲ୍ଡ ଷ୍ଟୋରେଜରେ ଅଧିକ ଦିନ ଧରି ଅଣ୍ଡା ରଖି ବିକ୍ରି କରୁଛନ୍ତି। ଏହି ନିୟମ ଲାଗୁ ହେବା ପରେ ଯଦି କୌଣସି ଅସାଧୁ ବ୍ୟବସାୟୀ ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଉତ୍ତର ପ୍ରଦେଶରେ ଖାଦ୍ୟ ସୁରକ୍ଷା ଦିଗରେ ସରକାରଙ୍କ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଏବଂ ଯଦି ଏହି ନିୟମ ଲାଗୁ ପରେ କୌଣସି ବ୍ୟବସାୟୀ କିମ୍ବା ଦୋକାନୀ ନିୟମ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କର ଅଣ୍ଡାର ଷ୍ଟକ୍ ଜବତ କରାଯିବା ସହ ଏହି ଅଣ୍ଡାକୁ ନଷ୍ଟ କରାଯାଇ ଦୋକାନୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କୁହାଯାଇଛି