ସାମ୍ନାକୁ ଆସିଲା ମହାରାଣୀ ଏଲିଜାବେଥଙ୍କ ଅନ୍ତିମ ସଂସ୍କାରର ପୂର୍ଵସୂଚୀ
ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଦେହାନ୍ତ ପରେ କିପରି ହେବ ତାଙ୍କର ଅନ୍ତିମ ସଂସ୍କାର ଏ ନେଇ ବ୍ରିଟନ୍ ସରକାରଙ୍କର ଏକ ଗୁପ୍ତ ଫାଇଲ୍ ଭାଇରଲ ହୋଇଯାଇଛି ।
(ଦିଲ୍ଲୀ) : ବ୍ରିଟେନ୍ର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଦେହାନ୍ତ ପରେ କିପରି ହେବ ତାଙ୍କର ଅନ୍ତିମ ସଂସ୍କାର ଏ ନେଇ ବ୍ରିଟନ୍ ସରକାରଙ୍କର ଏକ ଗୁପ୍ତ ଫାଇଲ୍ ଭାଇରଲ ହୋଇଯାଇଛି । ଏଥିରେ ତାଙ୍କର ଦେହାନ୍ତର ୧୦ ଦିନ ପରେ ଅନ୍ତିମ ସଂସ୍କାର କରାଯିବ । ଏହି ସମୟରେ ତାଙ୍କର ଉତ୍ତରାଧିକାରୀ ରାଜକୁମାର ଚାଲର୍ସ ବ୍ରିଟେନ୍ ଭ୍ରମଣ କରିବେ । ଏହି ସମୟରେ ଲକ୍ଷ ଲକ୍ଷ ଲୋକ ଲଣ୍ଡନ ଆସିବା ପାଇଁ ଚେଷ୍ଟା କରିବେ । ଯାହାକୁ ଦୃଷ୍ଟିରେ ରଖି ସେହି ସମୟରେ ଲଣ୍ଡନରେ କିପରି ଆଇନ ବ୍ୟବସ୍ଥା ରଖାଯିବ ସେ ନେଇ ସ୍ପଷ୍ଟ ତଥ୍ୟ ଦର୍ଶାଇ ଦିଆଯାଇଛି ।
ସୂଚନାନୁଯାୟୀ , ବ୍ରିଟେନ୍ର ଆଗ୍ରଣୀ ଖବର ପ୍ରଦାନକାରୀ ସଂସ୍ଥା ପଲିଟିକୋରେ ଏହି ସୂଚନା ଦିଆଯାଇଛି । ଏଥିରେ ଏପରି କିଛି ହେବା ମାତ୍ରେ କ୍ୟାବିନେଟ୍ ସ୍ତରରୁ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏ ବିଷୟରେ ସୂଚନା ଦିଆଯିବ । ବରିଷ୍ଠ ଅଧିକାରୀ ଏବେ କ୍ୟାବିନେଟ୍ ପାହ୍ୟାର ସମସ୍ତଙ୍କୁ ମେଲ୍ରେ ତୁରନ୍ତ ସୂଚନା ଦିଆଯିବ । ବ୍ରିଟେନ୍ର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏ ବିଷୟରେ “London Bridge is down.” କଲ୍ ଆସିବ ମାତ୍ରେ ଯୋଜନା ଆନୁସାରେ ସମସ୍ତ କାର୍ଯ୍ୟ କରାଯିବ ବୋଲି ଏଥିରେ ସୂଚନା ରହିଛି ।