ଚିକେନ ସହ ଫଳ ଓ ଆଳୁ ଖାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି।

(ଭୁବନେଶ୍ୱର) : ସମସ୍ତେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଇଥା’ନ୍ତି। ଆଉ ଏହି କ୍ରମରେ ଏମିତି କିଛି ଭୁଲ୍ କରି ବସନ୍ତି, ଯାହା ଦ୍ୱାରା ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଅର୍ଥାତ୍ ଯେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଏକାଠି ମିଶାଇ ରାନ୍ଧିବା ଉଚିତ୍ ନୁହେଁ, ସେଗୁଡ଼ିକୁ ଏକାଠି ମିଶାଇ ରୋଷେଇ କରନ୍ତି। । ଏହା ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ତା’ହେଲେ ଆସନ୍ତୁ ଜାଣିବା କାହା ସହ କାହାକୁ ମିଶାଇ ଖାଇବା ଉଚିତ୍ ନୁହେଁ।

୧. ଚିକେନ୍ ସହ ଆଳୁ:
ଚିକେନରେ ପ୍ରଚୁର ପ୍ରୋଟିନ୍ ଥାଏ। ଏଭଳି ସ୍ଥିତିରେ ଯଦି ଚିକେନ୍ ସହିତ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ, ଯେମିତିକି ଆଳୁ ଖିଆଯାଏ, ତା’ହେଲେ ଦୁଇଟି ଭିନ୍ନ ପ୍ରକାରର ଜିନିଷ ମିଶି ଗ୍ୟାସ୍ ସମସ୍ୟା ସୃଷ୍ଟି କରିପାରେ। କେବଳ ସେତିକି ନୁହେଁ ପେଟ ଯନ୍ତ୍ରଣା ହେବା ସହ ମୋଟାପଣ ସମସ୍ୟା ମଧ୍ୟ ଦେଖା ଦେଇପାରେ। ଅଧିକାଂଶ ଲୋକେ ଚିକେନରେ ଆଳୁ ମିଶାଇ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣଙ୍କର ମଧ୍ୟ ଏଭଳି ଅଭ୍ୟାସ ରହିଛି, ତା’ହେଲେ ତୁରନ୍ତୁ ତାକୁ ବଦଳାଇ ଦିଅନ୍ତୁ।

୨.ଫଳ ସହ ଚିକେନ୍:
ଫଳ ଏବଂ ଚିକେନ୍ ଏକାଠି ଖାଇବା ଉଚିତ ନୁହେଁ। ଏହା ଆମ ହଜମ ପ୍ରକ୍ରିୟା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ, ଏହା ଆମ ପାଚନକ୍ରିୟାକୁ ଦୁର୍ବଳ ମଧ୍ୟ କରିଦିଏ। ତେଣୁ ଫଳ ଏବଂ ଚିକେନ୍ ଏକାଠି ଖାଇବା ଠାରୁ ଦୂରେଇ ରହିବା ଉଚିତ।