ବ୍ୟବସାୟିକ ପ୍ଲାନରେ ଗୋଟିଏ ବି ମଣ୍ଡପ ନାହିଁ

ରାଜଧାନୀ ଭୁବନେଶ୍ବରେ ସର୍ବମୋଟ ୨୧୭ଟି କଲ୍ୟାଣ ମଣ୍ଡପ ରହିଛି। କିନ୍ତୁ ୮ଟି କଲ୍ୟାଣ ମଣ୍ଡପ ବିଏମସି ପାଖରୁ ଲାଇସେନ୍ସ ନେଇଛନ୍ତି। ବର୍ଷକୁ ଲାଇସେନ୍ସ ଫି ବାବଦକୁ ୫ ହଜାର ଟଙ୍କା ସହ ହୋଲ୍ଡିଂ ଟ୍ୟାକ୍ସ ମଧ୍ୟ ଦେଉଛନ୍ତି। ବାକି ସବୁ କଲ୍ୟାଣ ମଣ୍ଡପର କୌଣସି ସୂଚନା ବିଏମସି ଅଧିକାରୀଙ୍କ ପାଖରେ ନାହିଁ। ମନଇଚ୍ଛାରେ ଚାଲିଛି ଅଧିକାଂଶ ବେଆଇନ କଲ୍ୟାଣ ମଣ୍ଡପ। ଏମାନେ ନିୟମ ଭିତରେ ରହିଛନ୍ତି କି ନାହିଁ ତାହା ମଧ୍ୟ କାହାକୁ ଜଣା ନାହିଁ।

ଭୁବନେଶ୍ବର: ବିଲଡିଂ ପ୍ଲାନ ଅନୁମୋଦନ ହୋଇନାହିଁ। ହୋଲଡିଂ ଟିକସ ନାହିଁ। ପାର୍କିଂ ସୁବିଧା ନାହିଁ। ପାୟାର ସେଫଟି ଅଛିକି ନାହିଁ ତାହା ବି ସମସ୍ତଙ୍କୁ ଜଣା ନାହିଁ। ରାଜଧାନୀ ଭୁବନେଶ୍ବରରେ ଏଭଳି ଭାବେ ଚାଲିଛି ଅଧିକାଂଶ ବେଆଇନ ମଣ୍ଡପ। ଏଥି ପ୍ରତି ବିଏମସିର ନଜର ନାହିଁ।

ନିୟମ ଅନୁସାରେ ସମସ୍ତ କଲ୍ୟାଣ ମଣ୍ଡପରେ ନିଜସ୍ବ ପାର୍କିଂ ବ୍ୟବସ୍ଥା କରିବେ। ମଣ୍ଡପରୁ ବାହାରୁଥିବା ଅଳିଆ ଆର୍ବଜନାକୁ କମ୍ପୋଷ୍ଟ କରିବେ। ଆବାସିକ ପ୍ଲାନ ନେଇଥିଲେ ବ୍ୟବସାୟୀକ ପ୍ଲାନ କରିବାକୁ ଆବେଦନ କରିବେ। ଏହାକୁ ଛାଡି କଲ୍ୟାଣ ମଣ୍ଡପ ଯୋଗୁଁ ଯେଉଁ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଯାଉଥିବ ଏହାର ସମାଧାନ ଲାଗି ବିଏମସି ପକ୍ଷରୁ ଗାଇଡଲାଇନ ଜାରି ହେବ। କଲ୍ୟାଣ ମଣ୍ଡପକୁ କେଉଁଠୁ କେଉଁ ପର୍ୟ୍ୟନ୍ତ ବିବାହ ଶୋଭାଯାତ୍ରା ଯିବ ସେନେଇ ରୁଟ ସ୍ଥିର ହେବ। ସର୍ବାଧିକ କେତେ ବାଟ ପର୍ୟ୍ୟନ୍ତ ଶୋଭାଯାତ୍ରା ଯିବ ସେନେଇ ମଧ୍ୟ ଦୂରତା ଧାର୍ୟ୍ୟ କରାଯିବ। ଏମିତିକି କେଉଁ ରୁଟରେ ଶୋଭାଯାତ୍ରା ଆସିବ ତାହାର ରୁଟ ମ୍ୟାପର ଏକ ନକଲ ଆବେଦନପତ୍ରରେ ଦବାକୁ ପଡିବ। ସବୁଠାରୁ ବଡ କଥା ହେଲା ସହରରେ ଟ୍ରାଫିକ ସମସ୍ୟା ନଉପୁଜିବା ଲାଗି ବିଭାଗ ପାଖରେ ନିହାତି ସୂଚନା ରହିବ। ପାର୍କିଂ ଲାଗି ଜାଗା ନଥିଲେ କୌଣସି ପରିସ୍ଥିତିରେ ମଣ୍ଡପ ଲାଗି ଅନୁମତି ମଳିପାରିବ ନାହିଁ। ହେଲେ ବିଡମ୍ବନା ଏସବୁ ନିୟମ ବାହାରେ ରାଜଧାନୀରେ ତିଆରି ହୋଇଥିବା ଅଧିକାଂଶ କଲ୍ୟାଣ ମଣ୍ଡପ। ଏମାନଙ୍କ ପାଖରେ କୌଣସି ନିୟମ ନାହିଁ କି ଅଙ୍କୁଶ ନାହିଁ।

 

ସୂଚନା ଅନୁସାରେ ରାଜଧାନୀ ଭୁବନେଶ୍ବରେ ସର୍ବମୋଟ ୨୧୭ଟି କଲ୍ୟାଣ ମଣ୍ଡପ ରହିଛି। କିନ୍ତୁ ୮ଟି କଲ୍ୟାଣ ମଣ୍ଡପ ବିଏମସି ପାଖରୁ ଲାଇସେନ୍ସ ନେଇଛନ୍ତି। ବର୍ଷକୁ ଲାଇସେନ୍ସ ଫି ବାବଦକୁ ୫ ହଜାର ଟଙ୍କା ସହ ହୋଲ୍ଡିଂ ଟ୍ୟାକ୍ସ ମଧ୍ୟ ଦେଉଛନ୍ତି। ବାକି ସବୁ କଲ୍ୟାଣ ମଣ୍ଡପର କୌଣସି ସୂଚନା ବିଏମସି ଅଧିକାରୀଙ୍କ ପାଖରେ ନାହିଁ। ମନଇଚ୍ଛାରେ ଚାଲିଛି ଅଧିକାଂଶ ବେଆଇନ କଲ୍ୟାଣ ମଣ୍ଡପ। ଏମାନେ ନିୟମ ଭିତରେ ରହିଛନ୍ତି କି ନାହିଁ ତାହା ମଧ୍ୟ କାହାକୁ ଜଣା ନାହିଁ।
ଆଶ୍ଚର୍ୟ୍ୟର କଥା ରାଜଧାନୀ ଭୁବନେଶ୍ବରରେ କେତୋଟି ବେଆଇନ କଲ୍ୟାଣ ମଣ୍ଡପ ରହିଛି ଦୁଇ ବିଭାଗକୁ ଜଣା ନାହିଁ। କେଉଁ ଭିତ୍ତିରେ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ଦିଆଯାଉଛି, ନିୟମ ପାଳନ ହେଉଛି କି ନାହିଁ, ଫାୟାର ସେଫ୍ଟି ଯନ୍ତ୍ରପାତି ଅଛି କି ନାହିଁ ସେ ସବୁ ଜଣା ନାହିଁ। ତା ଛଡା ଟ୍ରେଡ ଲାଇସେନ୍ସ କି ହୋଲ୍ଡିଂ ଲାଇସେନ୍ସ ଠିକ୍ ସମୟରେ ଦେଉଛନ୍ତି କି ନାହିଁ ଏବାବଦରେ ବିଭାଗ ପାଖରେ ଉତ୍ତର ନାହିଁ। ଗୋଟିଏ ବି କଲ୍ୟାଣ ମଣ୍ଡପ ଲାଗି ବ୍ୟାବସାୟିକ ପ୍ଲାନ ଦିଆଯାଇନାହିଁ। ଯେଉଁ ମାନେ ବି ନେଇଛନ୍ତି କେବଳ ଆବାସିକ ପ୍ଲାନ ନେଇଛନ୍ତି। ସେମିତି ଭୁବନେଶ୍ବରେ ୮ଟି କଲ୍ୟାଣ ମଣ୍ଡପରୁ ଲାଇସେନ୍ସ ନିଆଯାଉଛି। ହେଲେ ହୋଲ୍ଡିଂ ଟ୍ୟାକ୍ସ କେତେ ନିଆଯାଉଛି ତାହା ସ୍ପଷ୍ଟ କରୁନାହାନ୍ତିଁ।
ନିକଟରେ ରାଜଧାନୀ ସମେତ କଟକରେ ମଧ୍ୟ ବହୁ ବେଆଇନ କଲ୍ୟାଣ ମଣ୍ଡପ ଗୋଟିଏ ପରେ ଗୋଟିଏ ସିଲ କରାଗଲା। ହେଲେ କିଛି ଦିନ ପରେ ତାହା ବନ୍ଦ ହୋଇଗଲା। ତେବେ କେତୋଟି ମଣ୍ଡପ ପାଖରୁ ବିଏମସି ଲାଇସେନ୍ସ ଫି ଓ ହୋଲ୍ଡିଂ ଟ୍ୟାକ୍ସ ବାବଦକୁ କେତେ ଟଙ୍କା ଆଦାୟ କରାଯାଉଛି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଲାଣି।