ଜୟପୁର / ମନୋଜ ଦାଶ : ଆଣ୍ଠୁଏ ପାଣିରେ ବୁହା ହେଲା ଶବ । ଏହା ହେଉଛି କୋରାପୁଟ ଜିଲ୍ଲା ବଡ ସହର କୁହାଯାଉଥିବା ଜୟପୁର ସହରରୁ ମାତ୍ର ୪୦୦ ମିଟର ଦୁରରେ ଥିବା ହାତୀଶାଳ କଲୋନିର । ଏଠାରେ ଅଳ୍ପ ବର୍ଷା ହୋଇଗଲେ ଅଞ୍ଚଳରେ ଏମିତି ପାଣି ହୋଇଯାଏ ଯେ ପିଲା ମାନେ ସ୍କୁଲ ଯିବା ସହ ସାଧାରଣ ଲୋକଟିଏ ମଧ୍ୟ ଯାତାୟତରେ ଅନେକ ଅସୁବିଧାର ସମୁଖିନ ହେଉଛନ୍ତି ।ସେହିପରି ଗତ କାଲି ରାତିରେ ଗାଁର ରବି ଖରାଙ୍କ ମୃତ୍ୟୁ ହେଇଥିଲା । ଆଜି ଶବଙ୍କୁ ମଶାଣୀ ନେବା ପାଇଁ ରାସ୍ତା ନଥିବାରୁ ଆଣ୍ଠୁଏ ପାଣି ଭିତରେ ଶବ ଧରି ସାହିଲୋକ ମଶାଣି ଙ୍କୁ ଶବ ନେଇଥିଲେ । ଆଜି ଭି ଯେମିତି ଲାଗେ ଦୀପ ତଳେ ଅନ୍ଧାର, ନା ଅଛି ରାସ୍ତା ନା ଅଛି କୌଣସି ସୁବିଧା, କେବେ ମିଳିବ ସୁବିଧା ନ ଏମିତି ଆଉ କେତେଦିନ ଯିବ ବୋଲି ବୁଦ୍ଧି ଯିବି ମାନେ ମତ ଦେଇଛନ୍ତି ।