ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ । ଏହାର ପ୍ରଭାବରେ ସାରା ଓଡିଶାରେ ବିକ୍ଷିପ୍ତ ଭାବେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି । ଅନେକ ସ୍ଥାନରେ କୁଆ ପଥର ଜନିତ ବର୍ଷା ବି ଦେଖା ଦେଉଛି । ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ଆଜି ହାସଲ ହୋଇଥିବା ତଥ୍ୟ ଅନୁସାରେ ଆଗାମୀ ୫ ଦିନ ଯାଏଁ ୧୯ଟି ଜିଲ୍ଲାରେ ପଶ୍ଚିମା ଝଡ ପ୍ରଭାବ ଦେଖାଯିବ । ଏହି ସବୁ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, କନ୍ଧମାଳ, ଗଜପତି, ନବରଂଗପୁର ନୂଆପଡା, ରାୟଗଡା କଳାହାଣ୍ଡି, ଗଂଜାମ, ପୁରୀ, ଖୋର୍ଦା, ନୟାଗଡ, ବୈାଦ୍ଧ, ଅନୁଗୁଳ, କେନ୍ଦୁଝର ମୟୁରଭଂ. ବାଲେଶ୍ୱର ଓ ଭଦ୍ରକ ।
ବିଭାଗର ସୁଚନା ଅନୁସାରେ ଏହି ସବୁ ଜିଲ୍ଲାଗୁଡିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଘଡଘଡି ହେବାର ସମ୍ଭବନା ରହିଛି । ଏହା ସହ ସର୍ବାଧିକ ଘଣ୍ଟା ପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ । ସେଥିପାଇଁ ଚାଷୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହପରି ଆଗାମୀ ପାଂଚ ଦିନ ଯାଏଁ ଦିନର ତାପମାତ୍ରାରେ ସେପରି ବଡ ଧରଣର ପରିବର୍ତନ ହେବ ନାହିଁ । ୨ରୁ ୪ ଡିଗ୍ରୀ ପଯ୍ୟନ୍ତ ତାମପାତ୍ରା ବଢିପାରେ । ଏହା ସର୍ବାଧିକ ୩୬ ଡିଗ୍ରୀ ପଯ୍ୟନ୍ତ ଯାଇପାରେ ।