ପୁରୀ : ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ପୂର୍ତ୍ତ ବିଭାଗ ଓ ଏଏସଆଇର ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରଙ୍କ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିରର ଗର୍ତ୍ତଗୃହ କାନ୍ଥରେ ଫିମ୍ପି ଭଳି କଳା ଆସ୍ତରଣ ଜମି ଯାଇଥିବା ସୂଚନା ମିଳିଛି ।
ଏହା ସହ ଜଗମୋହନ, ନାଟମଣ୍ଡପ , ପ୍ରଥମ ଓ ଦ୍ୱିତୀୟ ମହଲା , ରୋଷଘର ଓ ଭୋଗମଣ୍ଡପ ଚଟାଣ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି ଅଧିକାରୀ । ଗର୍ଭଗୃହ ଓ ଜଗମୋହନରେ କଳା ଆସ୍ତରଣ କେତେ ପରିମାଣର ଜମିଛି, କିଭଳି ଏହାର କେମିକାଲ ୱାସିଂ କରାଯିବ , ବାୟୁ ଚଳାଚଳ ବ୍ୟବସ୍ଥାର ଅନୁଧ୍ୟନ କରିଛନ୍ତି । ଜଗମେରହନରେ ହୋଇଥିବା ଷ୍ଟିଲ ଫ୍ରେମ କାର୍ଯ୍ୟ ସହ ନାଟମଣ୍ଡପ ବିମ ଫାଟ ମରାମତିକୁ ବି ଦେଖିଥିଲେ । ଅନ୍ୟ ପଟେ ସିଂହଦ୍ୱାର ଭିତର ଗୁମୁଟର ପଥର ବଦଳାଯାଉଛି । ଏହାର ଗ୍ରୀଲ ମଧ୍ୟ ବଦଳାଯିବ । ସେହିପରି ଆନନ୍ଦବଜାର ଗ୍ରୀଲ ମଧ୍ୟ ପରିବର୍ତ୍ତନ ହେବ ।
ସୂଚନା ଅନୁଯାୟୀ, ଠାକୁର ଶ୍ରୀମନ୍ଦିରକୁ ଫେରିବା ବେଳକୁ କ’ଣ କ’ଣ କାମ କରାଯିବ । ଏନେଇ ପୂର୍ବରୁ ଏଏସଆଇ ପକ୍ଷରୁ ଯୋଜନା କରାଯାଇଛି । ସେହିଭଳି ଯାଞ୍ଚ ସମୟରେ ଯାହା ଜଣାପଡିବ , ତାହାର ମରାମତି କରାଯିବ ।