ନୂଆଦିଲ୍ଲୀ(ରିପୋର୍ଟସ ଟୁଡେ) ରାଜ୍ୟରେ ଅଧିକାଂଶ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଙ୍ଗୋପଗାସରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବର୍ଷା ଲାଗିରହିଛି । ଆଗାମୀ ୨୪ ଘଂଟା ପର୍ୟ୍ୟନ୍ତ ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଜଂୟ ମହାପାତ୍ର କହିଛନ୍ତି । ତେବେ ମହାନଦୀର ତଳ ଭାଗରେ ଅଧିକ ବର୍ଷା ଜାରି ରହିବ। ମହାନଦୀର ଉପର ମୁଣ୍ଡ ଯାହା ଛତିଶଗଡ଼ରେ ରହିଛି। ଆଜି ଏବଂ ଆସନ୍ତାକାଲି ମହାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାଫଳରେ ମହାନଦୀର ଉପର ମୁଣ୍ଡରେ ଜଳସ୍ତର ନିଶ୍ଚିତ ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ତେବେ ଲଘୁଚାପ କାରଣରୁ ୫୭ ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଯଦି ଦେଖିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ମୌସୁମୀ ଅତ୍ୟନ୍ତ ସକ୍ରିୟ ରହିଛି। ସେପଟେ ଟ୍ୱିନସିଟିରେ ୬ ଘଣ୍ଟା ପାଇଁ ରେଡ଼ ଆଲର୍ଟ ଜାରି ହୋଇଛି। ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।