ମାଲକାନଗିରି/ଆଶିଷ କୁମାର ବାଇନ୍ : ଓଡିଶା ସୀମାନ୍ତ ମୋଟୁକୁ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗୋଡକୁ ସଂଯୋଗ କରୁଥୀବା ୩୨୬ ନମ୍ବର ବିଜୟଓ୍ବାଡା ରାଞ୍ଚି ଜାତୀୟ ରାଜପଥ ସହ କ୍ୟୁଇଗୁରୁ ପୋଲ ଉପରେ ପାଖାପାଖି ୬ ରୁ ୭ ଫୁଟ ଉଚତାର ବନ୍ୟାଜଳ ପ୍ରବାହିତ ହୋଉଅଛି ଫଳରେ ୩୨୬ ନମ୍ବର ରାଜ ରାସ୍ତାରେ ଯାତାୟତ ଠପ ହୋଇ ରହିଛି | ପୋଲର ଉଭୟ ପାର୍ଶ୍ୱରେ ଶତାଧିକ ଟ୍ରକ ଲମ୍ବା ଧାଡିରେ ଠିଆ ହୋଇ ରହିଛି l ଡ୍ରାଇଭର ଓ ଯାତ୍ରୀ ମାନେ ନାହିଁ ନ ଥୀବା ଅସୁବିଧା ଭୋଗୁଛନ୍ତି |
ଅନ୍ୟପଟେ ପଡୋଶୀ ରାଜ୍ୟର ଭଦ୍ରାଚାଲାମର ଗୋଦାବରୀ ନଦୀରେ ଜଳସ୍ତର ୪୫ ଫୁଟ ଉର୍ଧ୍ଵକୁ ବୃଦ୍ଧି ପାଇଛି | ପ୍ରତି ଘଣ୍ଟାରେ ଜଳସ୍ତର ବଡୁଛି ଯଦି ଏଭଳି ଭାବେ ଜଳସ୍ତର ବଡିଚାଳିବ ତାହା ହେଲେ ଗୋଦାବରୀ ନଦୀର ପଛୁଆ ପାଣି ଯୋଗୁଁ ସୀଲେରୁ ଓ ସାବେରୀ ନଦୀରେ ଜଳସ୍ତର ମଧ୍ୟ କ୍ରମସ ବଡିବ ଯଦ୍ବାରା ମୋଟୁ ଅଞ୍ଚଳକୁ ବନ୍ୟା ଆସିବାର ସମ୍ବାବନା ନେଇ ଅଞ୍ଚଳ ବାସୀ ଭୟବିତ ହୋଇ ରହିଛନ୍ତି |