ଗଂଞ୍ଜାମ/ ରଜନିକାନ୍ତ ପାତ୍ର:ପେଟ୍ରୋଲ ପକାଇ ମାରିବାକୁ ଉଦ୍ୟମ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ ମାହାତ୍ମାଗାନ୍ଧୀ ମାର୍ଗରେ । ସେଠାରେ ରହୁଥିବା ରବିନ୍ଦ୍ର ପାତ୍ର ନିଜ ସହକର୍ମୀ ଆଇନଜୀବୀଙ୍କ ସହ ନିଜ ବାସଭବନ ନିକଟରେ ଆଇନ୍ ସମ୍ଵନ୍ଧୀୟ ଆଲୋଚନା କରୁଥିଲେ । ସେହି ଅଂଚଳର ଗୋଲ୍ଲାସହିର ଆଚାରୀ ହଠାତ୍ ଘର ଭିତରେ ପଶି ଯାଇ ଗାଳିଗୁଲଜ କରିବା ଶହ ପେଟ୍ରୋଲ ପକାଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ଏହା କେଉଁ କାରଣ ଯୋଗୁ ସେହିଏମିତି କରିଛି ତାହାର କାରଣ ଅସ୍ପଷ୍ଟ ରହିଛି । ସୌଭାଗ୍ୟବଶତଃ ପେଟ୍ରୋଲ ଘର ନିକଟରେ ଥୁଆ ହୋଇଥିବା ବାଇକ୍ ଉପରେ ପଡି ନିଆଁ ଲାଗିଯାଇଥିଲା। କେହି ଆହତ ହୋଇନଥିବା ଜଣାପଡିଛି।ତେବେ ଏ ନେଇ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦିଆଯାଇଥିଲେ । ଖବର ପାଇଁ ଅଗ୍ନିଶମ ବାହିନୀ ବାଇକ୍ ନିଆଁ କୁ ଲିଭାଇ ବା ସହିତ ପୋଲିସ ତଦନ୍ତ ଆରମ୍ଭ କରିଛି ।