ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା
ଉଦଳା– ଯୁବକଙ୍କୁ ପଥରରେ ଛେଚି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଉକ୍ତ ଗ୍ରାମର ଲେଣ୍ଡୁ ସିଂ । ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଆଉ ଘରକୁ ଫେରିି ନଥିଲେ ଲେଣ୍ଡୁ । ରାସ୍ତା ପାଶ୍ୱର୍ରୁ ମିଳିଥିଲା ତାଙ୍କ ମୃତଦେହ । ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ କାରଣ ଅସ୍ପଷ୍ଟ ରହିଛି ।