କୋରାପୁଟ : ଓଡ଼ିଶାର ସବୁଠୁ ବଡ ପାହାଡ଼ ହେଉଛି ଦେଓମାଳି ପାହାଡ । ସେହି ଦେଓମାଳିରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । ଦେଓମାଳି ହେବ ୱେଡିଂ ଡେଷ୍ଟିନେସନ୍ ବା ବାହାଘର ଆୟୋଜନ କରିବାର ସ୍ଥାନ । ପାହାଡ ଉପରେ ହେବ ବାହାଘର । ଅର୍ଥାତ ଦେଓମାଳିକୁ ଯାଇ ସେଠାରେ ସ୍ୱତନ୍ତ୍ର ଆୟୋଜନ ଭିତରେ ବାହା ହୋଇପାରିବେ ଆଗ୍ରହୀ । ପ୍ରାକୃତିକ ଶୋଭାରାଜିରେ ପଡ଼ିବ ହାତଗଣ୍ଠି । ବିବାହ ପାଇଁ ଏବେ ଆକର୍ଷଣ ହେଉଛି ଡେଷ୍ଟିନେସନ୍ । ଯୁବପିଢି ଏବେ ଡେଷ୍ଟିନେସନ୍ ମେରେଜକୁ ବେସ୍ ପସନ୍ଦ କରୁଛନ୍ତି । ଯେଉଁଠାରେ ବର, କନ୍ୟା ଓ ସେମାନଙ୍କ କିଛି ସମ୍ପର୍କୀୟ ଏକାଠି ହୋଇଥାନ୍ତି ।