ଭୁବନେଶ୍ୱର; ପୁଣି ସକ୍ରିୟ ରହିଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟ ବର୍ଷା ହେବାର ସମ୍ଭାବନା । ୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍କାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣି ବିଭାଗ । ଉତ୍ତର ଓଡିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାଚ ସକ୍ରିୟ ରହିଥିବା ସୂଚନା । ଆଗାମୀ ୪ ଦିନ ଯାଏ ଜାରି ରହିବ ବର୍ଷା । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୩ ଜିଲ୍ଲା କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୨୦ ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ । ଆସନ୍ତାକାଲି ପାଇଁ ଭାରୀ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୧ ଓ ୨ ତାରିଖରେ ବର୍ଷା ପରିମାଣ ସର୍ବାଧିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତିପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ସୃଷ୍ଟି ହୋଇପାରେ । ସକ୍ରିୟ ମୌସୁମୀ ଓ ଲଘୁଚାପ ପ୍ରଭାବରେ ରାଜ୍ୟରେ ଭରଣା ହେଉଛି ନିଅଣ୍ଟିଆ ବୃଷ୍ଟିପାତ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ଏଯାଏ ୪୬୧.୯ ମିମି ବର୍ଷା ରେକର୍ଡ ହୋଇଛି ।