ଭୁବନେଶ୍ୱର: ସାରା ରାଜ୍ୟରେ ଏବେଠାରୁ ଅସହ୍ୟ ତାତି ଅନୁଭୂତ ହେଲାଣି । ଦିନକୁ ଦିନ ରୌଦ୍ରତାପ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପ୍ରିଲ ଆରମ୍ଭରୁ ତାପମାତ୍ରା ବୃଦ୍ଧି ଘଟିଛି । ଏପଟେ ସକାଳ ୧୦ ଟା ପରେ ଘରୁ ବାହାରିବା କଷ୍ଟ କର ହୋଇ ପଡୁଛି । ସେପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ । ସକାଳ ୭ଟାରୁ ସଢେ ୧୧ ଟା ପର୍ଯ୍ୟନ୍ତ ସ୍କୁଲ ଚାଲୁଛି । ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର ‘ ଜଳ ବିରତି ଘଣ୍ଟି’ । ଛାତ୍ର ଛାତ୍ରୀଙ୍କୁ ମନେପକାଇବ ପାଣି ପିଇବାର ସମୟ । ରାଜ୍ୟର ସମସ୍ତ ବିଦ୍ୟାଳୟରେ ବାଜିବ ଏକ ସ୍ୱତନ୍ତ୍ର ‘ ଜଳ ବିରତି ଘଣ୍ଟି’ । ଏହି ଘଣ୍ଟି ମନେ ପକାଇବ କ୍ଲାସ ସମୟରେ ୩ଥର ଜଳ ବିରତି ଘଣ୍ଟି ବାଜିବ । ଏନେଇ ଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ । ସକାଳ ୮ଟା୩୦, ୧୦ଟା ଏବଂ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି । ଜଳବିରତି ଘଣ୍ଟଇ ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ । ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ , ଏହାକୁ ଶିକ୍ଷକ ଶିକ୍ଷତ୍ରୀ ମାନେ ତଦାରଖ କରିବେ । ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ ଶିକ୍ଷତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ନିଜ ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶୀକ୍ଷକମାନଙ୍କ ସହାୟତାରେ ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀମାନଙ୍କୁ ଅନୁରୋଧ କରିଛି ବିଭାଗ ।