ଗାଁ ଦାଣ୍ଡରେ ଚାଲିଥିଲା ଭୋଜିଭାତ ରୋଷେଇ, ହେଲେ ପୋଖୋରୀ ବୁଡି ଗଲେ ବର

ବାଲେଶ୍ୱର : ହେଇନି ଚତୁର୍ଥୀ ହୋମ, କିନ୍ତୁ ତା ଆଗରୁ ଜଳିଲା ସ୍ୱାମୀର ଚିତା । ଭୋଜି ଭାତ ରୋଷେଇ ଚାଲିଥିଲା ବେଳେ ଚାଲିଗଲା ସ୍ୱାମୀର ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକରେ । ଦୁଇ ଦିନ ତଳେ ବିବାହ କରିଥିବା ସ୍ତ୍ରୀ ଆଜି ବିଧବା ହୋଇ ଯାଇଛି । ଏକ ତାରିଖରେ ବିବାହ ହୋଇଥିଲା, ଆଉ ଚାରି ତାରିଖରେ ଥିଲା ଚତୁର୍ଥୀ ।ତା ପୂବର୍କରୁ ଆଜି ଶୁକ୍ରବାର ଭୋଜି ପାଇଁ ଚାଲିଥିଲା ସବୁ ପ୍ରକାର ପ୍ରସ୍ତୁତୁ । ଖନ୍ଦା ଶାଳରେ ରୋଷେଇ ଚାଲିଥିଲା, ଦାଣ୍ଡରେ ଟେଣକ୍ଟ ବନ୍ଧା ହୋଇଥିଲା । ଆଉ ସେତିକି ବେଳେ ନିଜ ଘର ପଛ ପଟ ପୋଖରୀରୁ ଶୌଚ ହେବା ପାଇଁ ଯାଇଥିବା ବର ପାଣିରେ ବୁଡି ଗଲା । ବୁଡି ଗଲା ଯେ ଆଉ ଉଠି ପାରିଲା ନାହିଁ କି କାହାକୁ ଡାକି ପାରିଲା ନାହଁ ଉଦ୍ଧାର ପାଇଁ । ପାଣିରେ ବୁଡି ଘର ପଛ ପଟେ ପ୍ରାଣ ହରାଇଲା ବର । ହାତରେ ସେମିତି ଥିଲା ଗଇଁଠାଳ । ପାଦରେ ହାତରେ ସେମିତି ଲାଗିଥିଲା ଅଳତା । କିନ୍ତୁ ଶରୀରରେ ଆଉ ନିଶ୍ୱାସ ନ ଥିଲା ।
ଏପରି ଦୁଖଦଃ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ ଖଡୁପହି ଗାଁରେ । ଗାଁର ଅଜୟ କୁମାର ଭଂଜଙ୍କର ଗତ ବୁଧବାର ଫେବୃଆରୀ ଏକ ତାରିଖରେ ବିବାହ ହୋଇଥିଲା । ଶନିବାର ଥିଲା ଚତୁର୍ଥୀ ତା ଆଗରୁ ଆଜି ଥିଲା ବିବାହ ବୋଜି । ଏଥି ।ପଇଁ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି, ଗାଁ ଭାଇଙ୍କର ଯିବା ଆସିବାରେ ଫାଟି ପଡୁଥିଲା ଅଜୟଙ୍କ ଘର । ବୋଜି ପାଇଁ ସକାଳୁ ପରିବା କଟା, ଆମିଷ ଯୋଗାଡ ସହ ଖନ୍ଦା ଖାଳରେ ରୋଷେଇ ଆରମ୍ଭ ହୋଇସାରିଥିଲା । ଏହାରି ଭିତରେ ନବ ବଧୁ ସଜେଇ ହେଉଥିଲା ସଂଧ୍ୟା ସମୟ ପାଇଁ । କାହିଁକି ନା କେତେ ଯେ ଅତିଥି ଆସିବେ ଭୋଜି ଖାଇବା ପାଇଁ ଓ କନିଆଁ ଦେଖିବା ପାଇଁ । ଆଉ ବର ଅଜୟ ବି ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିଲା । ସକାଳୁ ଗାଧୋଇବା ପାଇଁ ଗାଁ ପୋଖରୀକୁ ଯାଇଥିଲା । ହେଲେ ଯିବାର ବହୁତ ସମୟ ଅତିକ୍ରମ କରି ଯାଇଥିଲେ ବି ଆଉ ନ ଫେରିବାରୁ ସମସ୍ତେ ବ୍ୟସ୍ତ ହୋଇ ପଡିଲେ । ଅନେକ ଥର ଫୋନ୍ ବି କରିଲେ ହେଲେ ସେ ଫୋନ୍ ଉଠାଇଲେ ନାହଁ । ତେଣୁ ବାଧ୍ୟ ହୋଇ ଖୋଜିବାରେ ଲାଗି ପଡିଲେ । ଆଉ ଏତିକି ବେଳେ ଦେଖିଲେ, ଗାଁ ପୋଖରୀରେ ଭାସୁଛି ଅଜୟଙ୍କ ମୃତ ଦେହ । ସାଙ୍ଗେ ସାଙ୍ଗେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ଶୁଣି ନବ ବଧୂ ଚେତା ହରାଇଥିଲେ । ଆଉ ନିସ୍ତବ୍ଧ ହୋଇ ଯାଇଥିଲା ଖଡୁପହି ଗାଁ ।