ଖାଦ୍ୟ ପାଇଁ ଗାଁ ମୁହାଁ ବନ୍ୟଜନ୍ତୁ

ବାଲେଶ୍ବର/ଶରତ ନାୟକ: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅଚ୍ୟୁତପୁର ଗ୍ରାମପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମକୁ ଖାଦ୍ୟ ପାଇଁ ଏକ ହରିଣ ପଶି ଆସିଥିବାରୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲବିଭାଗକୁ ହସ୍ତାନ୍ତର କରିଛନ୍ତି । ଔପଦା ଫରେଷ୍ଟର ପ୍ରକାଶ କୁମାର ମହାନ୍ତି ଉକ୍ତ ହରିଣକୁ ଉଦ୍ଧାର କରି ଚିକିତ୍ସା ପରେ କୁଲଡିହା ଅଭୟାରଣ୍ୟରେ ଛାଡିଛନ୍ତି । ହରିଣଟି ଶୁକ୍ରବାର ରାତିରେ ଦେବଗିରି ପାହାଡରୁ ଚାଲିଆସିଥିବା ବେଳେ କୁକୁରଙ୍କ ଆକ୍ରମଣ କରିବା ପରେ ନନ୍ଦପୁର ଗ୍ରାମର ଏକ ବୁଦାମୂଳେ ପଶି ଯାଇଥିଲା । ପରେ ଗ୍ରାମବାସୀ ମାନେ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିଲେ । ଔପଦା ରେଞ୍ଜ ଅଞ୍ଚଳ ର ଦେବଗିରି ପାହାଡ଼ ରେ ଶିକାରୀ ମାନେ ନିଆଁ ବାରମ୍ବାର ଲାଗୁଥିବା ଯୋଗୁଁ ଜୀବଜନ୍ତୁ ମାନେ ଜୀବନ ବଞ୍ଚାଇ ପାଇଁ ଭୟରେ ଗାଁକୁ ପଳାଇ ଆସୁଥିବା ଆସୁଥିବା କିଛି ଗାଁ ଲୋକ କହିଛନ୍ତି ।