ପ୍ରଶାନ୍ତ ମହାସାଗରରେ ପଡିବ ଚନ୍ଦ୍ରାଯାନ -୩ର ଉପର ଅଂଶ

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରାଯାନ -୩ ସଫଳ ହୋଇଯାଇଛି । ଏବେ ମହାକାଶକୁ ଚନ୍ଦ୍ରାଯାନକୁ ନେଇଯାଇଥିବା ଏଲଭିଏମ ୩ ଏମ ୪ ଲଞ୍ଚ ଭେଇକଲର ଉପର ଅଂଶ ପ୍ରଶାନ୍ତ ମହାସାଗରରେ ଖସିବ ବୋଲି ‘ଇସ୍ରୋ’ ସୂଚନା ଦେଇଛି । ‘ଇସ୍ରୋ’ର କହିବା ଅନୁଯାୟୀ ଗତକାଲି ରାତି ୨.୪୨ ବେଳକୁ ‘ଏଲଭିଏମ୪ ଏମ୍ ୪’ ଲଞ୍ଚ ଭେଇକଲ ରକେଟର ଉପର ଭାଗ ପୃଥିବୀର ବାୟୁ ମଣ୍ଡଳ ମଧ୍ୟକୁ ଅନିୟନ୍ତ୍ରିତ ପୁଣିଥରେ ପ୍ରବେଶ କରିଛି । ପୁନଃ ପ୍ରବେଶ ସମୟରେ ଏହା ଭାରତ ଉପର ଦେଇ ଅତିକ୍ରମ କରିନାହିଁ। କିନ୍ତୁ ଏହାର ଭଗ୍ନାଂଶ ଉତ୍ତର ପ୍ରଶାନ୍ତ ମହାସାଗର ମଧ୍ୟକୁ ଖସିପଡିବାର ସମ୍ଭାବନା ରହିଛି । ରକେଟ୍ର ଏହି ହେଉଛି ଚନ୍ଦ୍ରଯାନ-୩କୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ସଫଳତାର ସହିତ ନିର୍ଦ୍ଧାରିତ କକ୍ଷପଥ ମଧ୍ୟକୁ ଛାଡ଼ିଥିବା ମହାକାଶଯାନର ଅଗ୍ରଭାଗ ବୋଲି ‘ଇସ୍ରୋ’ କହିଛି।