କୋରାପୁଟ /ମନୋଜ ଦାଶ: ଅବକାରୀ ବିଭାଗ ଅଧିକାରୀଙ୍କୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ । ଗତ କାଲି ବିଳମ୍ବିତ ରାତ୍ରରେ କୋଟପାଡ଼ ଥାନା ଅନ୍ତର୍ଗତ ମାଲଚାମାଲ ଜଙ୍ଗଲ ଘଡାଘାଟରେ କୋଟପାଡ଼, ବୋରିଗୁମ୍ମା, ଜୟପୁର ଅବକାରି ବିଭାଗ ମିଳିତ ଭାବରେ ଜୟପୁର ଅବକାରି IIC ଙ୍କ ତତ୍ୱାବଧାନରେ ଚଢାଉ କରିଥିଲେ । ସେହି ଚଢାଉ ସମୟରେ ଗଞ୍ଜେଇ ମାଫିଆ ମାନେ ଅବକାରୀ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଗଞ୍ଜେଇ ମାଫିଆଙ୍କ ଆକ୍ରମଣରେ ଅବକାରୀ IIC ସମେତ ଜଣେ ଗୁରୁତର ହୋଇଥିବା କୁହାଯାଉଛି । ଅବକାରୀ IIC ଦୁର୍ବଧଳ ବିଶ୍ୱାଳ,ଗୁରୁତର କନେଷ୍ଟବଳ ମେଘନାଥ ଶବର ବୋଲି ଜଣାପଡିଛି । ଗଞ୍ଜେଇ ମାଫିଆ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କୁହାଯାଉଛି । ଗୁରୁତ୍ୱରଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା ଚାଲୁ ରହିଛି କ୍ଷ କୋରାପୁଟ ଅବକାରୀ ସୁପରିଟେଣ୍ଡେଣ୍ଟ ଅରୁଣ ପାଢ଼ୀଙ୍କ କହିବା ଅନୁସାରେ ଗତ କାଲି ରାତିରେ ଅବକାରୀ ବିଭାଗର ୧୦ ଜଣିଆ ଟିମ ମାଲଚାମାଲ ଜଙ୍ଗଲରେ ଘଡାଘାଟରେ ଚଢାଉ କରିବା ସମୟରେ ଆଗରୁ ଛକି ବସିଥିବା ୨୫ ଜଣିଆ ଗଞ୍ଜେଇ ମାଫିଆ ଖଣ୍ଡା, ଭୁଜାଲି ଭଳି ମାରଣା ଅସ୍ତ୍ର ଦ୍ଵାରା ସଙ୍ଘ ବଧ ଭାବେ ଆକ୍ରମଣ କରିଥିଲେ କ୍ଷ ଆକ୍ରମଣ ରେ ଅବକାରୀ IIC ଓ ଅବକାରୀ କନେଷ୍ଟବଳ ଗୁରୁତ୍ୱର ରହିଛନ୍ତି ।