ଟ୍ରକ ମାଡିଗଲା ଗ୍ୟାରେଜ ଉପରେ; ଅଳ୍ପକେ ବର୍ତ୍ତିଲେ ଲୋକେ

କଟକ/ ଜ୍ୟୋସ୍ନାରାଣୀ ସିଂ : ଟ୍ରକ ମାଡିଗାଲା ଗ୍ୟାରେଜ ଉପରେ; ଅଳ୍ପକେ ବର୍ତ୍ତିଲେ ଲୋକେ। ଏ ଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ରାସ୍ତାର କିଶୋରନଗର ଥାନା ଅଧୀନସ୍ଥ ସୋମପୁର ବଜାର ନିକଟରେ । ସୂଚନାନୁସାରେ , ସୋମପୁର ବଜାର ନିକଟରେ ଥିବା ଗ୍ୟାରେଜ କୁ କାମ କରିବାକୁ ଆସିଥିବା ୧୦ ରୁ ଉର୍ଦ୍ଧ ବାଇକ ଚାଳକ ଗାଡି ସଜାଡ଼ିବା ନିମନ୍ତେ ଆସିଥିବା ସମୟରେ ହଟାତ ଏକ ଟ୍ରକ ମାଡିଆସିଲା । ୫ ରୁ ଉର୍ଦ୍ଧ ବାଇକ ଉପରେ ଚଢ଼ି ନଷ୍ଟ କରି ଦେଇଛି ଟ୍ରକ୍ କିନ୍ତୁ ବର୍ତି ଯାଇଛନ୍ତି ଲୋକେ । ସେଠାରେ ଥିବା ୧୦ ରୁ ଉର୍ଦ୍ଧ ଲୋକେ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଯିବାରୁ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଗଲେ। ଘଟଣାସ୍ଥଳରେ କିଶନ ନଗର ପୋଲିସ ପହଁଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ଓ ହେଲଫରକୁ ଥାନାରେ ଅଟକରଖି ପଚରାଉଚରା ଜାରି ରଖିଛି।