ମାଲକାନଗିରି : ମାଲକାନଗିରି: ବରଯାତ୍ରୀ ମାନେ ଶୋଭାଯାତ୍ରାରେ ବ୍ୟସ୍ତ ଥିବା ବେଳେ ତାଙ୍କର ଉପରକୁ ଚାଉଳ ବୋଝେଇ ଟ୍ରକ୍ ମାଡ଼ିଯାଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛିି। ଗୁରୁତରମାନଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମାଲକାନଗିରି ଜିଲ୍ଲାରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି । ପାଣ୍ଡ୍ରିପାଣି ଗାଁ ନିକଟରେ ବାହାଘର ଚାଲିଥିବାବେଳେ ବରଯାତ୍ରୀ ପଟୁଆରରେ ଯାଉଥିଲେ । ଠିକ ଏହି ସମୟରେ ରାସ୍ତାରେ ଏକ ଟ୍ରକ ଯାଉଥିଲା । ଏବଂ ରାସ୍ତା ପାର୍ଶ୍ୱରେ ପଟୁଆରରେ ଯାଉଥିବା ବରଯାତ୍ରୀଙ୍କ ଉପରକୁ ଏହି ଟ୍ରକଟି ମାଡ଼ି ଯାଇଥିଲା । ସେପଟେ ଟ୍ରକ ଡ୍ରାଇଭରକୁ ଅଟକ ରଖି ନିର୍ଧୁମ ମାଡ଼ ମାରିଛନ୍ତି ଗାଁ ଲୋକେ । ଖବର ଅନୁଯାୟୀ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପାଇଁ ଯାଉଥିଲେ ବରଯାତ୍ରୀ । ଏହି ଦୁର୍ଘଟଣାରେ ଖୋଦ ବରର ପିତା ଅର୍ଥାତ ପାଣ୍ଡ୍ରିପାଣି ସରପଞ୍ଚଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।