ଟ୍ରାକ୍ ଉପରେ ଅଟକି ଯାଇଥିବା ବୋଲେରକୁ ପ୍ରାୟ ତିରିଶି ମିଟର ଘୋଷାଡ଼ି ନେଇଥିଲା ଟ୍ରେନ୍

(ପାରାଦୀପ/ ପ୍ରଶାନ୍ତ କୁମାର ସ୍ଵାଇଁ): ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଟ୍ରେନ୍ ବୋଲେରୋ ଧକ୍କା  | ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏମ୍ ସିଏଚ୍ ପି କ୍ୟାଣ୍ଟିନ୍ ପାଖରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ଛି  | ଏକ ମାଲବାହୀ ଟ୍ରେନ୍ ନିଜ ଟ୍ରାକରେ ଆସୁଥିବା ବେଳେ ବୋଲେରୋ ଗାଡ଼ିଟି ଟ୍ରାକ୍ ଉପରେ ଯାଇ ଅଟକି ଯାଇଥିବାରୁ ପ୍ରାୟ ତିରିଶି ମିଟର ବୋଲେରୋକୁ ଘୋଷାଡ଼ି ଘୋଷାଡ଼ି ନେଇଥିଲା ଟ୍ରେନ୍  | ବୋଲେରୋ ଚାଳକଙ୍କ ଅସବାଧନତା ଯୋଗୁ ଏଭଳି ଘଟିଥିବା କୁହାଯାଉଥିବା ବେଳେ ବୋଲେରୋରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷୀତ ଥିବା ଜଣାପଡ଼ିଛି  |