ବିଶାଖାପାଟଣାରୁ କୋରାପୁଟ ଆସୁଥିବା ସମୟରେ ଟ୍ରେନଟି ଲାଇନଚ୍ୟୁତ

କୋରାପୁଟ : ଟ୍ରାକରୁ ଖସିଲା ଟ୍ରେନ । ବିଶାଖାପାଟଣାରୁ କୋରାପୁଟ ଆସୁଥିବା ସମୟରେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଶିବଲିଙ୍ଗପୁରମ ଠାରେ ଏକ ପାସେଞ୍ଜର ଟ୍ରେନ ଲାଇନ ଚ୍ୟୁତ ହୋଇଛି । ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି । ପାସେଞ୍ଜର୍ ଟ୍ରେନର ୬ନଂ ବଗିଟି ଲାଇନ ଚ୍ୟୁତ ହୋଇଛି । ଘଟଣା ସ୍ଥଳରେ ରେଳ ବିଭାଗର ଏକ ଟିମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ବିଶାଖାପାଟଣାର ଡିଆରଏମ ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଟ୍ରେନଟି ଲାଇନ ଚ୍ୟୁତ ହୋଇଥିବାରୁ ରେଳ ସେବା ବାଧାପ୍ରାପ୍ତ ହୋଇଛି । ରେଳ ଚଳାଚଳ ବନ୍ଦ ରହିଛି ।