ଘର କାନ୍ଥରେ ପିଟି ହେଲା ଟ୍ରାକ୍ଟର

କନ୍ଧମାଳ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
କନ୍ଧମାଳ ଜିଲ୍ଲା ଜି.ଉଦୟଗିରିର ଶଙ୍ଖସାହି ନିକଟରେ ଘଟିଯାଇଛି ଏକ ସଡକ ଦୁର୍ଘଟଣା । ଦାରିଙ୍ଗିବାଡିରୁ ବାଲୁମାହା ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ଘରେ ପିଟି ହୋଇଥିଲା ଏକ ଟ୍ରାକ୍ଟର । ଘର କାନ୍ଥରେ ପିଟି ହେବା ପରେ ଟ୍ରାକ୍ଟର ଡ୍ରାଇଭର ନିବାସ ପ୍ରଧାନ ପ୍ରାଣ ହରାଇଥିବା ବେଳେ ଡାଲାରେ ଥିବା ୨ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । ତେବେ ଉଭୟ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।