ମାଈ କଲରାପତରିଆ ବାଘୁଣୀକୁ ବିଷ ଦେଇ ମାରିଦେଲେ ଗ୍ରାମବାସୀ । ସୁନ୍ଦରଗଡ ଜିଲ୍ଲା ବଣାଇଁ ବନଖଣ୍ଡ ତାମଡା ବନାଞ୍ଚଳ କୁସୁମଡ଼ିହି ଖସଡା ଜଙ୍ଗଲରେ ଏହିପରି ଘଟଣା ଘଟିଛି । ଘଟଣା ସ୍ଥଳରେ ରାଉରକେଲା RCCF ଙ୍କ ସମେତ ତଦନ୍ତକାରୀ ଦଳ ପହଁଞ୍ଚି ତଦନ୍ତ ଜାରି ରଖିଛନ୍ତି । ବାଘର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଜଣାପଡ଼ିଛି ।

ଘଟଣା ଅନୁସାରେ ଗତକାଲି ଏହି କଳାପତରିଆ ବାଘ ଗ୍ରାମର ଏକ ବଳଦକୁ ଆକ୍ରମଣ କରି ମାରିଦେଇଥିଲା । ଗ୍ରାମବାସୀ ଆସିବାରୁ ବାଘ ପଳେଇ ଯାଇଥିଲା । ବାଘ ପଳେଇବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମୃତ ବଳଦ ଶରୀରରେ ବିଷ ଦେଇଥିଲେ । ପରେ ସେହି ବିଷ ଦିଆ ଯାଇଥିବା ବଳଦକୁ ଖାଇ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।