ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି

ଭୂବନେଶ୍ୱର: ପୁଣି କଲବଲ କରିବ ତାତି । ଗତ କିଛି ଦିନ ଧରି ଥଣ୍ଡା ଓ କୋହଲା ପାଗ ପରେ ଆଜି ଠାରୁ ବଢିବ ତାପମାତ୍ରା। ଆଜିଠାରୁ ୪ ଦିନ ଯାଏଁ ଦିନ ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିରାଗ କେନ୍ଦ୍ର । ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ । ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୪ ତାରିଖ ବେଳକୁ ପାଖାପାଖି ୧୦ ଜିଲ୍ଲାରେ ଉଷ୍ଣ ଆର୍ଦ୍ର ପାଣିପାଗ ସ୍ଥିତି ରହିବ ।ମାଲକାନଗିରି, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ସତର୍କ କରାଇଛି ପାଣିପାଗ ବିଭାଗ । ସେହିପରି ଉପକୂଳବର୍ତ୍ତୀ ଅଞ୍ଚଳରେ ଗୁଳୁଗୁଳି ଅନୁଭୂତ ହେବ । ସେହିପରି ୧୬ ତାରିଖ ବେଳକୁ ପଶ୍ଚମ ଓଡିଶାର ଭବାନୀପାଟଣା ଓ ଟିଟିଲାଗଡରେ ତାପମାତ୍ରା ୪୩ ଡିଗ୍ରୀ ରେ ପହଞ୍ଚିବା ଉପକୂଳ ଓଡିଶାର ଭୁବାନଶ୍ୱର ,କଟକ ,କେନ୍ଦ୍ରାପଡା ଓ ଚାନ୍ଦବାଲି ବି ୪୦ ଡିଗ୍ରୀ ଛଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।