ରାଜ୍ୟର ୫ଟି ସହରର ତାପମାତ୍ରା କମିବା ସହ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଅନୁଭୂତ ହେଲାଣି ଶୀତ । କୁହୁଡି ସହିତ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ରାଜ୍ୟର ୫ଟି ସହରର ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିବା କୁହାଯାଉଛି । ୧୧.୪ ଡିଗ୍ରୀ ସହ କନ୍ଧମାଳର ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର ରହିଥିବା ବେଳେ କୋରାପୁଟ ୧୧.୭, ସିମିଳିଗୁଡା ୧୨, ଦାରିଙ୍ଗବାଡି ୧୩.୫ ଡିଗ୍ରୀ, କିରେଇ ୧୪.୫, ଫୁଲବାଣୀ ୧୫, କଟକ ୨୦, ଭୁବନେଶ୍ୱର ୨୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନେକ ସ୍ଥାନରେ ପାରଦ ସ୍ବାଭାବିକ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ୍ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ପାଗ କୁହୁଡ଼ିଆ ରହୁଛି । କିଛି କିଛି ସ୍ଥାନରେ ଘନ କୁହୁଡି ଦେଖାଦେଉଛି ।