ଭୁବନେଶ୍ୱରେ(ରିପପୋର୍ଟସ ଟୁଡେ) ଯୁକ୍ତ ଦୁଇ ଡ୍ରପଆଉଟ୍ ଛାତ୍ରୀ ହାତ କାଟି ଦେଇଛନ୍ତି । ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର। ତାଙ୍କ ନାଁ ନନ୍ଦୀନି ବେହେରା। ମ୍ୟାଟ୍ରିକ୍ ନମ୍ବର ଆଧାରରେ ଯୁକ୍ତ ଦୁଇର ମୂଲ୍ୟାୟନ କରିବା ଦାବିରେ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡ଼ିଛି। ମୂଲ୍ୟାୟନରେ ପକ୍ଷପାତିତା ହୋଇଥିବା ଅଭିଯୋଗ ଆଣି ୮ ଦିନ ହେବ ଆମରରଣ ଅନଶନରେ ବସିଛନ୍ତି ଯୁକ୍ତ ଦୁଇ ଡ୍ରପ ଆଉଟ ଏବଂ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ। ସମସ୍ତ ଡ୍ରପ ଆଉଟ ଓ ଏକ୍ସ ରେଗୁଲାର ପିଲାଙ୍କୁ ଦଶମ ମାର୍କ ଆଧାରରେ ମୂଲ୍ୟାଙ୍କନ କରାଯାଉ ଓ ଅଫ୍ ଲାଇନ୍ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ। ଏଥିସହ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଛାତ୍ରୀ ଜଣଙ୍କ ହାତ କାଟିଦେବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀମାନେ ଆସି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।