ଝାରସୁଗୁଡ଼ା ସମନ୍ୱିତ ଉନ୍ନୟନ ସଂସ୍ଥା ଭାବେ ନାମିତ ଏହି ନୂତନ ସଂସ୍ଥା ପାଇଁ ୯ ଟି ନୂଆ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ୱର:  ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା  ଦୁଇଟି ବ୍ଲକକୁ  ନୂତନ  ଭାବରେ  ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ  ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି । ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ , ଗୋଟିଏ ସ୍ବତନ୍ତ୍ର ଅଧିକାରୀ, ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ,  ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ ବରିଷ୍ଠ କ୍ଲର୍କ ଓ ଜଣେ କନିଷ୍ଠ କ୍ଲର୍କ। ସୂଚନାଯୋଗ୍ୟ ଯେ ଲାଇକରା ଓ କିରୀମେର ବ୍ଲକରେ ମୁଖ୍ୟତଃ ଗଣ୍ଡ, ଭୁଇଆଁ, ଓ କିସାନ୍ ବର୍ଗର ଆଦିବାସୀ ମାନେ ରହୁଥିବା ବେଳେ ମୁଣ୍ଡା, କୋଲ୍ହ,  ଓରାଓଁ, ଶବର, ଖରିଆ ଓ ସାରା ବର୍ଗର ଆଦିବାସୀ ମାନେ ମଧ୍ୟ ଅଛନ୍ତି।  ଲାଇକେରାରେ ଆଦିବାସୀଙ୍କ ସଂଖ୍ୟା ୫୧.୭୮ ପ୍ରତିଶତ ହୋଇଥିବା ବେଳେ କିରୀମେରାରେ ଏହା ୧୮.୪୬ ପ୍ରତିଶତ।