ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍କ୍ୱାଡ

ବାଲେଶ୍ୱର (ରିପୋର୍ଟସ ଟୁଡେ) : ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDOର ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ। ବିଦେଶୀ ଏଜେଣ୍ଟଙ୍କୁ ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ୫ ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ଆଜି ଅପରାହ୍ନ ସାଢ଼େ ୩ଟାରେ ସୂଚନା ଦେବେ ପୋଲିସ ମହାନିର୍ଦ୍ଦେଶକ।