ଚକାତଳେ ଗଲା ନାତିର ପ୍ରାଣ

ଜେଜେଙ୍କ ଅଜାଣତରେ ଗଲା ନାତିର ଜୀବନ

ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେରଳ କାସାରାଗୋଡ ଜିଲ୍ଲାରେ ।୨ଜଣ ଶିଶୁ ଆପାର୍ଟମେଣ୍ଟ ତଳେ ଖେଳୁଥିଲେ ,ଏତିକି ବେଳେ ଜେଜେ ବାପା କାର ନେଇ ଆସିଥିଲେ ।ଜଣେ ଶିଶୁ ସାଇକେଲ ଘୁଞ୍ଚାଇବା ପାଇଁ ଆସୁଥିବା ବେଳେ ଅନ୍ୟ ଶିଶୁ ଟି କାର ଆଗକୁ ଚାଲି ଆସିଥିଲା ।ଜେଜେ ବାପାଙ୍କ ଅଜାଣତରେ କାର ଟି ତାଙ୍କ ନିଜ ନାତି ଉପରେ ଚଢିଯାଇ ପିଲାଟିର ମୃତ୍ୟୁ ହୋଇଥିଲା ।ସଙ୍ଗେ ସଙ୍ଗେ ଗୁରୁତ୍ତର ଅବସ୍ଥାରେ ଶିଶୁକୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।