ମୁମ୍ବାଇ: ଉଦ୍ଧବ ଠାକରେ ସରକାରର ବରିଷ୍ଠ ମନ୍ତ୍ରୀ ଏକନାଥ ସିନେ୍ଧ ଓ ୨୦ ଜଣ ବିଧାୟକ ଶିବସେନା ସହିତ ସମ୍ପର୍କ ଛିନ୍ନ କରିଛନ୍ତି । ଫଳରେ ଉଦ୍ଧବ ତଥା ଶିବସେନା ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି । ଘଟଣା ଅନୁସାରେ ରାଜ୍ୟସଭା ନିର୍ବାଚନରେ ଶିବସେନା ପ୍ରାର୍ଥୀଙ୍କ ପରାଜୟ ହୋଇଥିଲା । ଏହାପରେ ଅନୁଷ୍ଠିତ ଏମଏଲସି ନିର୍ବାଚନରେ ବିଜେପି ୫ଟି ଯାକ ସିଟ୍ ଅକ୍ତିଆର କରିଥିଲା । ଦେବେନ୍ଦ୍ର ଫଡନବିସଙ୍କୁ ବିଜୟ ସବୁ ଶ୍ରେୟ ଯାଉଥିବା ଜଣାପଡିଛି । ରାଜନୈତକ ଭୂକମ୍ପ ଆସିବା ଫଳରେ ଉଦ୍ଧବ ସରକାର ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଥିଲେ । ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ତଥା ଶିବସେନା ନେତା ଏକନାଥ ସିନେ୍ଧ ଦଳ ଉପରେ ଖୁବ୍ ଖପ୍ପା ଥିବା ଜଣାପଡିଛି । ଖବର ଅନୁସାରେ ଶ୍ରୀ ସିନେ୍ଧ ଦଳର ୧୨ରୁ ୧୩ ଜଣ ବିଧାୟକଙ୍କ ସହିତ ସୁରଟରେ ଥିବା ଏକ ହୋଟେଲରେ ରହିଥିବା ଜଣାପଡିଛି । ଅନ୍ୟ ବିଧାୟକମାନେ ସେମାନଙ୍କ ପାଖକୁ ଯାଉଥିବା ଜଣାପଡିଛି । ଏହାଛଡା ଔରଙ୍ଗାବାଦର ୬ ଜଣ ବିଧାୟକଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ସମସ୍ତଙ୍କ ଫୋନ ବନ୍ଦ ଥିବା ଜଣାପଡିଛି । ସେମାନେ ଦିନ ୧୨ଟା ବେଳେ ସୁରଟରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ମୁଖମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢିଯାଇଛି । ଫଳରେ ଶ୍ରୀ ଦଳୀୟ ବିଧାୟକଙ୍କୁ ହଇପ୍ ଜାରି କରିବା ସହ ଜରୁରୀ ବୈଠକ ଡାକିଛନ୍ତି । ସେହିପରି ଏନସିପି ସୁପ୍ରିମୋ ଶରଦ ପାୱାର ସରକାର ବଞ୍ଚାଇବା ଲାଗି ଦଳୀୟ ବିଧାୟକଙ୍କ ଜରୁରୀ ବୈଠକ ଡାକିଛନ୍ତି । ସେହିପରି କଂଗ୍ରେସ ଦଳୀୟ ବିଧାୟକଙ୍କୁ ଦିଲ୍ଲୀ ଡକାଇଥିବା ଜଣାପଡିଛି ।