ଭୁବନେଶ୍ୱର: ଜୟପୁରକୁ ଭୁବନେଶ୍ୱରରୁ ଉଡିଲା ଦ୍ୱିତୀୟ ବିମାନ । ଏହି ବିନ ସେବା ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ଯୋଗାଇ ଦିଆ ଯାଇଛି । ୯ ସିଟ ବିଶିଷ୍ଟ ଏହି ବିମାନଟି ଯାତ୍ରୀଙ୍କୁ ଧରି ଉଡାଣ ଭରିଛି । ଭୁବନେଶ୍ବରରୁ ସକାଳ ୭ଟା ୧୦ରେ ବାହାରି ଜୟପୁରରେ ପହଞ୍ଚିଥିଲା ୮ଟା ୪୫ରେ । ସେହିପରି ଜୟପୁରରୁ ୯ଟାରେ ଛାଡି ଭୁବନେଶ୍ବରରେ ୧୦ଟା ୩୫ରେ ପହଞ୍ଚିବ ବିମାନ ।
ସୂଚନା ଅନୁଯାୟୀ, ଏହି ବିମାନ ସୋମବାର ଓ ଶୁକ୍ରବାର ସପ୍ତାହକୁ ଦୁଇଥର ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ଉଡିବ ବିମାନ । ଏଥିପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା କୁହାଯାଉଛି । ଗତବର୍ଷ ଅକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ବିମାନ ଚଳାଚଳର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।