ଆସନ୍ତା କାଲି ଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା

ଭୁବଦେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା । କଳା , ବାଣିଜ୍ୟ ଓ ବିଜ୍ଞାନ ସହ ଧନ୍ଦାମୂଳକ ପାଠ୍ୟକ୍ରମରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ରେଗୁଲାରରେ ୩ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାରରେ ୨୬ ହଜାର ୫୨ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧ଲକ୍ଷ ୮୬ ହଜାର ୮୮୯ ଜଣ ଛାତ୍ର ପରୀକ୍ଷା ଦେଉଥିବା ବେଳେ ୧ଲକ୍ଷ ୯୯ହଜାର ୩୬୧ ଜଣ ଛାତ୍ରୀ ପରୀକ୍ଷା ଦେଉଛନ୍ତି । ମୋଟ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ୧୦ଟାରେ ପରୀକ୍ଷା ଆରମ୍ଭ ହେବ, ସେଣ୍ଟରରେ ୩୦ ମିନିଟ ପୂର୍ବରୁ ପହଞ୍ଚିବେ ଛାତ୍ରଛାତ୍ରୀ। ଏହା ସହ ୧୫ ମିନିଟ ପୂର୍ବରୁ ପରୀକ୍ଷା ହଲରେ ପଂହଁଚିବା ପାଇଁ ସୂଚନା ଦିଆଯାଇଛି । ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାକୁ ସଠିକ ଭାବେ ଯାଞ୍ଚ କରିବାକୁ ପିଲାମନଙ୍କୁ ତାଗିଦ କରାଯିବା ସହିତ ଉତ୍ତର ଖାତାରେ ଠିକ ଭାବେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପୂରଣ କରିବାକୁ ସୁଚନା ଦିଆଯାଇଛି । ସେପଟେ ପରୀକ୍ଷାରେ କୌଣସି ତ୍ରୁଟି ନହେଉ ସେଥିପାଇଁ ପୁରା ବ୍ୟବସ୍ଥା ହୋଇଛି । ପରୀକ୍ଷା କେନ୍ଦ୍ରରେ ସିସି ଟିଭିକୁ ଗୁରୁତ୍ୱ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦରେ ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା ହୋଇଛି, କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ଭୁଲ ହେଲେ ତାର ଯାଞ୍ଚ କରାଯାଇପାରିବ। ପରୀକ୍ଷାର୍ଥୀ ପରୀକ୍ଷା ହଲକୁ କୌଣସି ଇଲୋକଟ୍ରନିକ ଜିନିଷ ନେଇପାରିବେ ନାହିଁ । ପାଣି ବୋତଲ, ଜ୍ୟାମିତି ବାକ୍ସ , ଆଡ଼ମିଟ କାର୍ଡ ସହ କଲମ ନେଇପାରିବେ ବୋଲି କୁହାଯାଇଛି । ସେପଟେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଧିକ ୧ ଘଂଟା ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।