ପୁରୀ : ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପର ଦ୍ବିତୀୟ ଦିନର ଲିଗ ମ୍ୟାଚରେ ପୁରୁଷ ବିଭାଗରେ ଭୁବନେଶ୍ବର ଓ ପୁରୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ବର, ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ଓ ଅନୁଗୁଳ ମଧ୍ୟରେ ଅନୁଗୁଳ, କଟକ ଓ ଢେଙ୍କାନାଳ ମଧ୍ୟରେ କଟକ, ସମ୍ବଲପୁର ଓ ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ମଧ୍ୟରେ ସମ୍ବଲପୁର, ଅନୁଗୁଳ ଓ ଢେଙ୍କନାଳ ମଧ୍ୟରେ ଢେଙ୍କାନାଳ, ଓଡିଶା ପୋଲିସ ଓ ଭୁବନେଶ୍ବର ମଧ୍ୟରେ ଓଡିଶା ପୋଲିସ, ସମ୍ବଲପୁର ଓ କଟକ ମଧ୍ୟରେ କଟକ ବିଜୟୀ ହୋଇଥିବା ବେଳେ ପୁରୀ ଓ ନୂଆପଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚ ଟାଇ ରହିଛି ।
ସେହିଭଳି ମହିଳା ବିଭାଗରେ କିଟ ଓ ପୁରୀ ମଧ୍ୟରେ କିଟ ବିଶ୍ଵବିଦ୍ୟାଳୟ, ଢେଙ୍କାନାଳ ଓ କେନ୍ଦ୍ରାପଡା ମଧ୍ୟରେ ଢେଙ୍କାନାଳ, ପୂର୍ବତଟ ରେଳବାଇ ଓ କଟକ ମଧ୍ୟରେ ପୂର୍ବତଟ ରେଳବାଇ, ଗଞ୍ଜାମ ଓ ଯାଜପୁର ମଧ୍ୟରେ ଗଞ୍ଜାମ, କେନ୍ଦ୍ରାପଡା ଓ କିଟ ବିଶ୍ଵବିଦ୍ୟାଳୟ ମଧ୍ୟରେ କିଟ ବିଶ୍ଵବିଦ୍ୟାଳୟ, ଢେଙ୍କାନାଳ ଓ କିଟ ବିଶ୍ଵବିଦ୍ୟାଳୟ ମଧ୍ୟରେ ଢେଙ୍କାନାଳ, ଗଞ୍ଜାମ ଓ କଟକ ମଧ୍ୟରେ ଗଞ୍ଜାମ, କେନ୍ଦ୍ରାପଡା ଓ ପୁରୀ ମଧ୍ୟରେ ବିଜୟୀ ହୋଇଛି ।